ସିସୋଦିଆଙ୍କ ଜାମିନ ସର୍ତ୍ତ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଆମ୍‌ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କ ଜାମିନ ସର୍ତ୍ତକୁ ସୁପ୍ରିମକୋର୍ଟ କୋହଳ କରିଛନ୍ତି। ଜାମିନ ସର୍ତ୍ତ ଭାବେ ମନିଷ ସିସୋଦିଆ ପ୍ରତି ସପ୍ତାହରେ ଦୁଇଥର- ସୋମବାର ଓ ଗୁରୁବାର ପୂର୍ବାହ୍‌ଣ ୧୦ଟାରୁ ୧୧ଟା ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହି ସର୍ତ୍ତକୁ କୋହଳ କରିବାକୁ ମନିଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ବିଆର୍‌ ଗୱାଇ ଓ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଆମ୍‌ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କ ଜାମିନ ସର୍ତ୍ତକୁ ସୁପ୍ରିମକୋର୍ଟ କୋହଳ କରିଛନ୍ତି। ଜାମିନ ସର୍ତ୍ତ ଭାବେ ମନିଷ ସିସୋଦିଆ ପ୍ରତି ସପ୍ତାହରେ ଦୁଇଥର- ସୋମବାର ଓ ଗୁରୁବାର ପୂର୍ବାହ୍‌ଣ ୧୦ଟାରୁ ୧୧ଟା ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହି ସର୍ତ୍ତକୁ କୋହଳ କରିବାକୁ ମନିଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ବିଆର୍‌ ଗୱାଇ ଓ କେଭି ବିଶ୍ବନାଥନ୍‌ଙ୍କ ଖଣ୍ଡପୀଠ ଏହି ଆବେଦନର ବିଚାର କରି ସର୍ତ୍ତକୁ କୋହଳ କରିଛନ୍ତି। ରାୟରେ କହିଛନ୍ତି, ଏହି ସର୍ତ୍ତ ଅନାବଶ୍ୟକ ଏଣୁ ଏହାକୁ ଖାରଜ କରାଯାଉଛି। ତେବେ ଆବେଦନକାରୀ (ମନିଷ) ନିୟମିତ ଭାବେ ଶୁଣାଣି ସମୟରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଦୀର୍ଘ ୧୭ ମାସ ଜେଲ୍‌ରେ ରହିବା ପରେ ଚଳିତ ବର୍ଷ ଅଗଷ୍ଟ ୯ରେ ସୁପ୍ରିମକୋର୍ଟ ମନିଷଙ୍କୁ ଜାମିନ ପ୍ରଦାନ କରିଥିଲେ।

Tags: