ସିସୋଦିଆଙ୍କୁ ଜାମିନ ଦେଲେନି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି। ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିବା ସହ କୋର୍ଟ କହିଛନ୍ତି, ସିସୋଦିଆଙ୍କ ବିରୋଧରେ ଥିବା ଅଭିଯୋଗ ଅତି ସାଂଘାତିକ। ଏହି ମାମଲାରେ ତାଙ୍କ ବ୍ୟବହାର ଆଦୌ ଠିକ୍‌ ନାହିଁ। ସେ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ମନୀଷ ସିସୋଦିଆ ଉପମୁଖମନ୍ତ୍ରୀ ଥିଲେ ଏବଂ ତାଙ୍କ ନିକଟରେ ୧୮ଟି […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି। ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିବା ସହ କୋର୍ଟ କହିଛନ୍ତି, ସିସୋଦିଆଙ୍କ ବିରୋଧରେ ଥିବା ଅଭିଯୋଗ ଅତି ସାଂଘାତିକ। ଏହି ମାମଲାରେ ତାଙ୍କ ବ୍ୟବହାର ଆଦୌ ଠିକ୍‌ ନାହିଁ। ସେ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ମନୀଷ ସିସୋଦିଆ ଉପମୁଖମନ୍ତ୍ରୀ ଥିଲେ ଏବଂ ତାଙ୍କ ନିକଟରେ ୧୮ଟି ବିଭାଗ ଥିଲା। ତାଙ୍କୁ ଜାମିନ ଦେଇହେବନି। ସିସୋଦିଆ ତିହାର ଜେଲ୍‌ର ନ୍ୟାୟିକ ହାଜତରେ ରହିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ୍‌ରେ ସିସୋଦିଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ସିବିଆଇ ଦ୍ବାରା ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍‌‌ରେ ଏହା ଦର୍ଶାଯାଇଥିଲା ଯେ ମନୀଷ ସିସୋଦିଆ ପ୍ରମାଣ ନଷ୍ଟ ପାଇଁ ୨ଟି ମୋବାଇଲ ଫୋନ୍‌ ନଷ୍ଟ କରିଥିବା ସ୍ବୀକାର କରିଛନ୍ତି। ଫେବୃଆରି ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

Tags: