ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ,୨୫/୩ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରହିଛି। ଦିଲ୍ଲୀ କୋର୍ଟ ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଛନ୍ତି। ସିସୋଦିଆଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ‌‌କୋର୍ଟରେ ଜବାବ ରଖିଥିଲେ। ତେବେ ସିସୋଦିଆଙ୍କ ଓକିଲ ଇଡି ଜବାବ ଉପରେ ପକ୍ଷ ରଖିବାପାଇଁ ଅଧିକ ସମୟ ମାଗିଥିଲେ। ଏହି […]

Samaya Live Picture
Published On

ନୂଆଦିଲ୍ଲୀ,୨୫/୩ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରହିଛି। ଦିଲ୍ଲୀ କୋର୍ଟ ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଛନ୍ତି। ସିସୋଦିଆଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ‌‌କୋର୍ଟରେ ଜବାବ ରଖିଥିଲେ। ତେବେ ସିସୋଦିଆଙ୍କ ଓକିଲ ଇଡି ଜବାବ ଉପରେ ପକ୍ଷ ରଖିବାପାଇଁ ଅଧିକ ସମୟ ମାଗିଥିଲେ। ଏହି କାରଣ ପାଇଁ ସ୍ବତନ୍ତ୍ର ବିଚାରପତି ଏମକେ ନାଗପାଲ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ଇଡି ତିହାର ଜେଲ୍‌ରୁ ଗିରଫ କରିଥିଲା। ଏହା ପୂର୍ବରୁ ସିବିଆଇ ଆ‌ପ୍‌ ନେତାଙ୍କୁ ଫେବ୍ରୁଆରି ୨୬ରେ ଗିରଫ କରିଥିଲା।

Tags: