ସିରିୟାର ୨ ବିମାନବନ୍ଦର ଉପରେ ଇସ୍ରାଏଲର ଆକ୍ରମଣ

ନୂଆଦିଲ୍ଲୀ: ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ କରିଛି। ସିରିୟା ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ବାୟୁସେନାର ୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଆକ୍ରମଣ କରିଛି । ରିପୋର୍ଟରେ ଏହା କୁହାଯାଇଛି ‌ଯେ ସିରିୟା ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍‌ୱେକୁ ଛାରଖାର କରିଦେଇଛି। ଇସ୍ରାଏଲ ଚ୍ୟାନେଲ […]

Samaya Live Picture
Published On

ନୂଆଦିଲ୍ଲୀ: ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ କରିଛି। ସିରିୟା ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ବାୟୁସେନାର ୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଆକ୍ରମଣ କରିଛି । ରିପୋର୍ଟରେ ଏହା କୁହାଯାଇଛି ‌ଯେ ସିରିୟା ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍‌ୱେକୁ ଛାରଖାର କରିଦେଇଛି। ଇସ୍ରାଏଲ ଚ୍ୟାନେଲ ୧୨ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ଇସ୍ରାଏଲ୍‌ ଗାଜାରେ କରୁଥିବା ଅପରାଧ ଉପରୁ ନଜର ହଟାଇବାପାଇଁ ଏଭଳି ଆକ୍ରମଣ କରୁଛି ବୋଲି ସିରିୟା ଦାବି କରିଛି। ରିପୋର୍ଟ ଅନୁଯାୟୀ ଇରାନ୍‌ର ଏକ ବିମାନ ଏହି ସମୟରେ ସିରିୟାରେ ପହଞ୍ଚିବାର ଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି। ତେବେ ଜେରୁଜେଲମ ପୋଷ୍ଟ୍‌ ଅନୁଯାୟୀ ଉକ୍ତ ବିମାନବନ୍ଦର ଗୁଡ଼ିକର ରନ୍‌ୱେକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇଛି। ମଙ୍ଗଳବାର ରାତିରେ ସିରିୟା ସୀମାରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

Tags: