ସିରିୟାରେ ଇରାନର ଅସ୍ତ୍ର ସଂରକ୍ଷଣ କେନ୍ଦ୍ର ଉପରେ ଆମେରିକାର ବିମାନ ଆକ୍ରମଣ, ୯ ମୃତ
ନୂଆଦିଲ୍ଲୀ : ପୂର୍ବ ସିରିୟାରେ ଆଜି ଇରାନ୍ ସହ ଜଡ଼ିତ ଏକ ଅସ୍ତ୍ର ଭଣ୍ଡାର କେନ୍ଦ୍ର ଉପରେ ଆମେରିକା ବିମାନ ଆକ୍ରମଣ କରିଛି। ଫଳରେ ଉକ୍ତ ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆମେରିକୀୟ ସଦସ୍ୟଙ୍କ ଉପରେ ଆକ୍ରମଣର ଜବାବ ଦେଇ ଆମେରିକା ପୂର୍ବ ସିରିୟାରେ ବୋମାବର୍ଷୀ ବିମାନରୁ ବୋମାବର୍ଷା କରିଛି ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି। ଉକ୍ତ ଘଟଣାରେ ୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ସିରିୟା କହିଛି। ତେବେ […]
ନୂଆଦିଲ୍ଲୀ : ପୂର୍ବ ସିରିୟାରେ ଆଜି ଇରାନ୍ ସହ ଜଡ଼ିତ ଏକ ଅସ୍ତ୍ର ଭଣ୍ଡାର କେନ୍ଦ୍ର ଉପରେ ଆମେରିକା ବିମାନ ଆକ୍ରମଣ କରିଛି। ଫଳରେ ଉକ୍ତ ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆମେରିକୀୟ ସଦସ୍ୟଙ୍କ ଉପରେ ଆକ୍ରମଣର ଜବାବ ଦେଇ ଆମେରିକା ପୂର୍ବ ସିରିୟାରେ ବୋମାବର୍ଷୀ ବିମାନରୁ ବୋମାବର୍ଷା କରିଛି ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି। ଉକ୍ତ ଘଟଣାରେ ୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ସିରିୟା କହିଛି। ତେବେ ୨ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆମେରିକା ସିରିୟାର ଏକ ସ୍ଥାନକୁ ଟାର୍ଗେଟ୍ କରିଛି। ଏହି ସ୍ଥାନଟି ଇରାନ ସହ ଜଡ଼ିତ ବୋଲି ଆମେରିକା ଦାବି କରିଛି। ଅଷ୍ଟିନ୍ ଏକ ବିବୃତି ଜାରି କରି କହିଛନ୍ତି, ଆମେରିକା ସାମରିକ ବାହିନୀ ପୂର୍ବ ସିରିୟାରେ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପ୍ସର (ଆଇଆରଜିସି) ଦ୍ବାରା ବ୍ୟବହୃତ ଏକ ଅସ୍ତ୍ର ସଂରକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କରିଛି। ୨ଟି ୟୁଏସ୍ ଏଫ୍-୧୫ ବିମାନ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ଅଷ୍ଟିନ୍ କହିଛନ୍ତି।




