ସିବିଆଇର ପୂର୍ବତନ ନିର୍ଦ୍ଦେଶକ ବିଜୟ ଶଙ୍କରଙ୍କ ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ବିଜୟ ଶଙ୍କର (୭୬)ଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ କିଛି ସପ୍ତାହ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କର ଶେଷ ଇଚ୍ଛାନୁସାରେ, ତାଙ୍କର ମରଶରୀରକୁ ଏମ୍ସକୁ ଦାନ କରିଦିଆଯାଇଛି। ୧୯୬୯ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ବିଜୟ ଶଙ୍କର ୧୨ ଡିସେମ୍ବର ୨୦୦୫ରେ ସିବିଆଇ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୩୧ ଜୁଲାଇ ୨୦୦୮ରେ ସେ ନିଜ ଦାୟିତ୍ବରୁ ଅବସର […]
ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ବିଜୟ ଶଙ୍କର (୭୬)ଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ କିଛି ସପ୍ତାହ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କର ଶେଷ ଇଚ୍ଛାନୁସାରେ, ତାଙ୍କର ମରଶରୀରକୁ ଏମ୍ସକୁ ଦାନ କରିଦିଆଯାଇଛି। ୧୯୬୯ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ବିଜୟ ଶଙ୍କର ୧୨ ଡିସେମ୍ବର ୨୦୦୫ରେ ସିବିଆଇ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୩୧ ଜୁଲାଇ ୨୦୦୮ରେ ସେ ନିଜ ଦାୟିତ୍ବରୁ ଅବସର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ, ବହୁଚର୍ଚ୍ଚିତ ଆରୁଶୀ-ହେମରାଜ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ଗ୍ରହଣ କରିଥିଲା। ସହକାରୀ ସିବିଆଇ ନିର୍ଦ୍ଦେଶକ ଭାବେ ସେ ପର୍ତ୍ତୁଗାଲ୍ରୁ ଆବୁ ସାଲେମ ଓ ଅଭିନେତ୍ରୀ ମୋନିକା ବେଦୀଙ୍କୁ ଭାରତ ଆଣିଥିଲେ। ତାଙ୍କର ନେତୃତ୍ବରେ ‘ତେଲ୍ଗି କେଳେଙ୍କାରୀ’ର ତଦନ୍ତ ହୋଇଥିଲା। ନିଜର ଉଲ୍ଲେଖନୀୟ ସେବା ନିମନ୍ତେ ସେ ରାଷ୍ଟ୍ରପତି ପୁଲିସ ମେଡାଲ୍ ପାଇଛନ୍ତି।




