ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ
ନୂଆଦିଲ୍ଲୀ, ୨୫/୩ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି କେନ୍ଦ୍ରୀୟ ତଦନ୍ତକରୀ ବ୍ୟୁରୋ (ସିବିଆଇ)ରେ ଜେରା ପାଇଁ ହାଜର ହୋଇଛନ୍ତି। ଆରଜେଡି ସାଂସଦ ତଥା ଭଉଣୀ ମିସା ଭାରତୀଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରୁଛି। ତେଜସ୍ବୀ ଆଜି ସକାଳ ୧୦.୩୦ ସମୟରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ଜେରା ପାଇଁ ଯିବା ପୂର୍ବରୁ ତେଜସ୍ବୀ କହିଛନ୍ତି, ଆମେ ସବୁବେଳେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁଛୁ। କିନ୍ତୁ ଦେଶରେ ପରିସ୍ଥିତି […]
ନୂଆଦିଲ୍ଲୀ, ୨୫/୩ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି କେନ୍ଦ୍ରୀୟ ତଦନ୍ତକରୀ ବ୍ୟୁରୋ (ସିବିଆଇ)ରେ ଜେରା ପାଇଁ ହାଜର ହୋଇଛନ୍ତି। ଆରଜେଡି ସାଂସଦ ତଥା ଭଉଣୀ ମିସା ଭାରତୀଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରୁଛି। ତେଜସ୍ବୀ ଆଜି ସକାଳ ୧୦.୩୦ ସମୟରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ଜେରା ପାଇଁ ଯିବା ପୂର୍ବରୁ ତେଜସ୍ବୀ କହିଛନ୍ତି, ଆମେ ସବୁବେଳେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁଛୁ। କିନ୍ତୁ ଦେଶରେ ପରିସ୍ଥିତି ଏମିତି ହୋଇଛି ଯେ ଲଢ଼େଇ କରିବା କଷ୍ଟକର ହୋଇଯାଉଛି। ତେବେ ଆମେ ଲଢ଼େଇ ଜାରି ରଖିବୁ ଏବଂ ଆମେ ଜିତିବୁ ବୋଲି ତେଜସ୍ବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜସ୍ବୀଙ୍କୁ ପୂର୍ବରୁ ୩ ଥର ସମନ୍ କରାଯାଇଥିଲେ ମଧ୍ୟ ସେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଏଡ଼ାଇ ଯାଇଛନ୍ତି। ମାର୍ଚ୍ଚ ୪, ୧୧ ଏବଂ ୧୪ରେ ତେଜସ୍ବୀଙ୍କୁ ସମନ୍ କରାଯାଇଥିଲା। ଶେଷ ଥର ସେ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିବିଆଇରେ ହାଜର ହୋଇନଥିଲେ। ତେଜସ୍ବୀଙ୍କୁ ଗିରଫ କରାଯିବନି ବୋଲି ସିବିଆଇ ଆଶ୍ବସ୍ତ କରିବାପରେ ତେଜସ୍ବୀ ଜେରା ପାଇଁ ହାଜର ହୋଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା। ଯାଦବ ପରିବାର ରେଳବାଇରେ ଚାକିରି ଦେବା ବଦଳରେ ଲୋକଙ୍କଠାରୁ ଜମି ନେଇଥିଲେ। ପ୍ରାୟ ୪ ହଜାର ଲୋକ ଜମି ଦେଇ ଚାକିରି ପାଇଛନ୍ତି ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିବାପରେ ସିବିଆଇ ଏହାର ତଦନ୍ତ ପରିସରକୁ ବୃଦ୍ଧି କରିଛି।




