ସିପିଆଇ ନେତା ସୁରବରମ ସୁଧାକର ରେଡ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ : ସିପିଆଇ ନେତା ସୁରବରମ ସୁଧାକର ରେଡ୍ଡିଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ବରିଷ୍ଠ ସିପିଆଇ ନେତା ଏବଂ ପୂର୍ବତନ ସାଂସଦ ସୁରବରମ ସୁଧାକର ରେଡ୍ଡିଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଯାଇଛି। ବାମ ରାଜନୀତିରେ ଜଣେ ଟାଣୁଆ ନେତା ରେଡ୍ଡି ବୟସାଧିକ୍ୟ ରୋଗରେ ଆକ୍ରାନ୍ତ ଥିଲେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ତେଲେଙ୍ଗାନାର ମହାବୁବନଗର ଜିଲ୍ଲା ଅଧୀନସ୍ଥ କୋନ୍ଦ୍ରାବପଲ୍ଲି ଗ୍ରାମରେ ସୁରବରମ ୧୯୪୨ ମାର୍ଚ୍ଚ ୨୫ରେ ଜନ୍ମ […]

ସିପିଆଇ ନେତା ସୁରବରମ ସୁଧାକର ରେଡ୍ଡିଙ୍କ ପରଲୋକ
Samaya Live Picture
Published On

ନୂଆଦିଲ୍ଲୀ : ସିପିଆଇ ନେତା ସୁରବରମ ସୁଧାକର ରେଡ୍ଡିଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ବରିଷ୍ଠ ସିପିଆଇ ନେତା ଏବଂ ପୂର୍ବତନ ସାଂସଦ ସୁରବରମ ସୁଧାକର ରେଡ୍ଡିଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଯାଇଛି। ବାମ ରାଜନୀତିରେ ଜଣେ ଟାଣୁଆ ନେତା ରେଡ୍ଡି ବୟସାଧିକ୍ୟ ରୋଗରେ ଆକ୍ରାନ୍ତ ଥିଲେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ତେଲେଙ୍ଗାନାର ମହାବୁବନଗର ଜିଲ୍ଲା ଅଧୀନସ୍ଥ କୋନ୍ଦ୍ରାବପଲ୍ଲି ଗ୍ରାମରେ ସୁରବରମ ୧୯୪୨ ମାର୍ଚ୍ଚ ୨୫ରେ ଜନ୍ମ ହୋଇଥିଲେ। ସୁରବରମ ସୁଧାକର ୨ ଥର ସାଂସଦ ହୋଇଛନ୍ତି ଏବଂ ସେ ୨ ଥର ନାଲଗୋଣ୍ଡା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଛନ୍ତି। ସରକାରୀ ଦୁର୍ନୀତିର ପ୍ରଘଟ କରିବାପରେ ତାଙ୍କ ଉଦ୍ୟମ ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ।

Tags: