ସିନ୍ଦେ-ଫଡ଼ନାବିସ ସରକାର ପ୍ରତି କୌଣସି ବିପଦ ନାହିଁ : ଅଜିତ ପାୱାର
ନୂଆଦିଲ୍ଲୀ : ଏନସିପି ନେତା ଅଜିତ ପାୱାରଙ୍କ ଟିପ୍ପଣୀକୁ ନେଇ ସସପେନ୍ସ ବଢ଼ିଛି। ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବା ପୂର୍ବରୁ ଅଜିତ ପାୱାର କହିଛନ୍ତି, ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡ଼ନାବିସ ସରକାର ପ୍ରତି କୌଣସି ବିପଦ ନାହିଁ। ଅଜିତ ପାୱାର କହିଛନ୍ତି, ଅନେକ କହୁଛନ୍ତି ଏହି ସରକାର ଅସାମ୍ବିଧାନିକ। କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ନିକଟରେ ୧୪୫ ବିଧାୟକଙ୍କ ସମର୍ଥନ ଅଛି ସେପର୍ଯ୍ୟନ୍ତ କୌଣସି ବିପଦ ନାହିଁ। ତେବେ ଅଜିତ ପାୱାରଙ୍କ ଏହି ଟିପ୍ପଣୀ […]
ନୂଆଦିଲ୍ଲୀ : ଏନସିପି ନେତା ଅଜିତ ପାୱାରଙ୍କ ଟିପ୍ପଣୀକୁ ନେଇ ସସପେନ୍ସ ବଢ଼ିଛି। ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବା ପୂର୍ବରୁ ଅଜିତ ପାୱାର କହିଛନ୍ତି, ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡ଼ନାବିସ ସରକାର ପ୍ରତି କୌଣସି ବିପଦ ନାହିଁ। ଅଜିତ ପାୱାର କହିଛନ୍ତି, ଅନେକ କହୁଛନ୍ତି ଏହି ସରକାର ଅସାମ୍ବିଧାନିକ। କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ନିକଟରେ ୧୪୫ ବିଧାୟକଙ୍କ ସମର୍ଥନ ଅଛି ସେପର୍ଯ୍ୟନ୍ତ କୌଣସି ବିପଦ ନାହିଁ। ତେବେ ଅଜିତ ପାୱାରଙ୍କ ଏହି ଟିପ୍ପଣୀ ଦ୍ବନ୍ଦ୍ବ ବଢ଼ାଉଛି। ଅଜିତ ପାୱାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି। ଗତ ବର୍ଷ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକମାନେ ଯଦି ଅଯୋଗ୍ୟ ଘୋଷିତ ହୁଅନ୍ତି ତେବେ ଅଜିତ ପାୱାର ଏବଂ ତାଙ୍କ ବିଧାୟକମାନେ ସିନ୍ଦେ-ଫଡ଼ନାବିସ ସରକାରକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।




