ସିନେମା ସୁଟିଂ ବେଳେ ୨୦ଫୁଟ ଉଚ୍ଚରୁ ପଡ଼ି ଷ୍ଟଣ୍ଟ୍ମ୍ୟାନ୍ ଏଲୁମଲାଇଙ୍କ ପରଲୋକ
ଚେନ୍ନାଇ: ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ସର୍ଦ୍ଦାର-୨ର ସୁଟିଂ ବେଳେ ଅଘଟଣ ଘଟିଛି। ଏକ ଫାଇଟ୍ ସିନ୍ର ସୁଟିଂ ସମୟରେ ୨୦ ଫୁଟ ଉଚ୍ଚ ସେଟ୍ରୁ ପଡ଼ି ଲୋକପ୍ରିୟ ଷ୍ଟଣ୍ଟ୍ମ୍ୟାନ୍ ଇଲୁମଲାଇ (୫୪)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିର୍ଦ୍ଦେଶକ ପିଏସ୍ ମିଥରନ୍ ନିର୍ଦ୍ଦେଶିତ ଓ ଅଭିନେତା କାର୍ତ୍ତି ଅଭିନିତ ସର୍ଦ୍ଦାର-୨ ଚଳଚ୍ଚିତ୍ରର ସୁଟିଂ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ଜୁଲାଇ ୧୫ରେ ଚେନ୍ନାଇ ନିକଟ […]
ଚେନ୍ନାଇ: ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ସର୍ଦ୍ଦାର-୨ର ସୁଟିଂ ବେଳେ ଅଘଟଣ ଘଟିଛି। ଏକ ଫାଇଟ୍ ସିନ୍ର ସୁଟିଂ ସମୟରେ ୨୦ ଫୁଟ ଉଚ୍ଚ ସେଟ୍ରୁ ପଡ଼ି ଲୋକପ୍ରିୟ ଷ୍ଟଣ୍ଟ୍ମ୍ୟାନ୍ ଇଲୁମଲାଇ (୫୪)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିର୍ଦ୍ଦେଶକ ପିଏସ୍ ମିଥରନ୍ ନିର୍ଦ୍ଦେଶିତ ଓ ଅଭିନେତା କାର୍ତ୍ତି ଅଭିନିତ ସର୍ଦ୍ଦାର-୨ ଚଳଚ୍ଚିତ୍ରର ସୁଟିଂ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ଜୁଲାଇ ୧୫ରେ ଚେନ୍ନାଇ ନିକଟ ଶାଳିଗ୍ରାମମ୍ ଠାରେ ଥିବା ଏଲ୍ଭି ପ୍ରସାଦ ଷ୍ଟୁଡ଼ିଓରେ ଷ୍ଟଣ୍ଟ୍ ସିନ୍ର ସୁଟିଂ ଆରମ୍ଭ ହୋଇଥିଲା। ଏକ ଫାଇଟ୍ ସିନ୍ର ସୁଟିଂ ସମୟରେ ଷ୍ଟଣ୍ଟମ୍ୟାନ୍ ୨୦ ଫୁଟ ଉଚ୍ଚ ଏକ ସେଟ୍ରୁ ଡେଇଁବା କାର୍ଯ୍ୟକ୍ରମ ଥିଲା। ସୁଟିଂ ମଧ୍ୟ ସଫଳତାର ସହ ଶେଷ ହୋଇଥିଲା। ସୁଟିଂ ଶେଷ ହେବା ପରେ ସେଠାରୁ ଫେରିବାକୁ ନିର୍ଦ୍ଦେଶକ ଇଲୁମଲାଇଙ୍କୁ କହିଥିଲେ। ଏହି ସମୟରେ ଇଲୁମଲାଇ ହଠାତ୍ ୨୦ ଫୁଟ୍ ସେଟ୍ ଉପରୁ ଖସି ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଜନିତ ମସ୍ତିଷ୍କଘାତରୁ ତାଙ୍କର ମୃତ୍ୟୁଘଟିଥିଲା। ଏହି ଦୁର୍ଘଟଣା ପରେ ଚଳଚ୍ଚିତ୍ରର ସୁଟିଂ ବନ୍ଦ ରହିଛି। ବୀରୁଗମବକ୍କମ୍ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।




