ସିଦ୍ଧୁ ମୁସେୱାଲାଙ୍କ ମା’ଙ୍କ ଆଇଭିଏଫ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଲା , ଆଇଭିଏଫ୍ ପାଇଁ ବୟସସୀମା ୨୧-୫୦

ନୂଆଦିଲ୍ଲୀ : ସ୍ବର୍ଗତ ପଂଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ବାପା ମା’ ନିକଟରେ ଆଇଭିଏଫ୍ (ଇନ ଭିଟ୍ରୋ ଫର୍ଟିଲାଇଜେସନ୍) ପ୍ରଣାଳୀରେ ଏକ ସନ୍ତାନକୁ ସ୍ବାଗତ କରିଥିଲେ। ତେବେ ଏହାକରି ସେମାନେ ଆଇନର ଉଲ୍ଳଂଘନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କୁ ହରାଇବା ପରେ ତାଙ୍କ ବାପା ମା’ ପ୍ରାୟ ୨ ବର୍ଷ ପରେ ଦ୍ବିତୀୟ ସନ୍ତାନ ପାଇବାପାଇଁ ଆଇଭିଏଫ୍ ଚିକିତ୍ସା ଆପଣାଇଲେ। ତେବେ ନିୟମ ଅନୁଯାୟୀ କେବଳ […]

Samaya Live Picture
Published On

ନୂଆଦିଲ୍ଲୀ : ସ୍ବର୍ଗତ ପଂଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ବାପା ମା’ ନିକଟରେ ଆଇଭିଏଫ୍ (ଇନ ଭିଟ୍ରୋ ଫର୍ଟିଲାଇଜେସନ୍) ପ୍ରଣାଳୀରେ ଏକ ସନ୍ତାନକୁ ସ୍ବାଗତ କରିଥିଲେ। ତେବେ ଏହାକରି ସେମାନେ ଆଇନର ଉଲ୍ଳଂଘନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କୁ ହରାଇବା ପରେ ତାଙ୍କ ବାପା ମା’ ପ୍ରାୟ ୨ ବର୍ଷ ପରେ ଦ୍ବିତୀୟ ସନ୍ତାନ ପାଇବାପାଇଁ ଆଇଭିଏଫ୍ ଚିକିତ୍ସା ଆପଣାଇଲେ। ତେବେ ନିୟମ ଅନୁଯାୟୀ କେବଳ ୨୧ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳା ଆଇଭିଏଫ୍ ଚିକିତ୍ସା ଆପଣାଇ ପାରିବେ। ଅନ୍ୟପକ୍ଷେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌରଙ୍କ ବୟସ ୫୮। ଏ ସଂକ୍ରାନ୍ତରେ ଅବଗତ ହେବାପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପଂଜାବ ସରକାରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ଏବଂ ଚରଣ କୌରଙ୍କ ଆଇଭିଏଫ୍ ଚିକିତ୍ସା ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି। ମନ୍ତ୍ରାଳୟ ଅନୁଯାୟୀ ଫେବ୍ରୁଆରି ୨୭ ତାରିଖରେ ଖବରକାଗଜରେ ପ୍ରକାଶିତ ଏକ ସ୍ତମ୍ଭରୁ ଚରଣ କୌରଙ୍କ ଆଇଭିଏଫ୍ ଚିକିତ୍ସା ସଂକ୍ରାନ୍ତରେ ଜଣା ପଡ଼ିବାପରେ ପଂଜାବ ସରକାରଙ୍କଠାରୁ ରିପୋର୍ଟ ମଗାଯାଇଛି। ଉକ୍ତ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଆପ୍ ନେତୃତ୍ବାଧୀନ ପଂଜାବ ସରକାର ଏକ ଟ୍ବିଟ୍ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସର୍ବଦା ପଂଜାବର ଲୋକମାନଙ୍କ ଭାବନାକୁ ସମ୍ମାନ ଦିଅନ୍ତି। କେନ୍ଦ୍ର ସରକାର ଚରଣ କୌରଙ୍କଠାରୁ ତଥ୍ୟ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଦିନ ସିଦ୍ଧୁ ମୁସେୱାଲାଙ୍କ ବାପା ବାଲ୍କୌର ସିଂହ ପଂଜାବ ସରକାରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଦ୍ବିତୀୟ ସନ୍ତାନ ମାର୍ଚ୍ଚ ୧୭ ତାରିଖରେ ଜନ୍ମ ହୋଇଛି। ଏସଂକ୍ରାନ୍ତ ତଥ୍ୟ ସେମାନଙ୍କଠାରୁ ମଗାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Tags: