ସିଦ୍ଦରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !
ନୂଆଦିଲ୍ଲୀ: ନିର୍ବାଚନ ଫଳ ଆସିବାର ୪ଦିନ ବିତିଯାଇଥିଲେ ବି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇପାରୁନି। କଂଗ୍ରେସର ଘନ ଘନ ବୈଠକ ସତ୍ତ୍ବେ କୌଣସି ନିଷ୍କର୍ସ ବାହାରି ପାରୁନି। ପାର୍ଟି ହାଇକମାଣ୍ଡ ଆଜି ମୁଖ୍ୟମନ୍ତ୍ରୀ ପଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ। ସିଦ୍ଦରମେୟାଙ୍କ ପ୍ରତି ରାହୁଲ ଗାନ୍ଧିଙ୍କ ସମର୍ଥନ ଅଛି। ସିଦ୍ଦରମେୟାଙ୍କ ପ୍ରତି ଅନେକ ବିଧାୟକଙ୍କ ସମର୍ଥନ […]
ନୂଆଦିଲ୍ଲୀ: ନିର୍ବାଚନ ଫଳ ଆସିବାର ୪ଦିନ ବିତିଯାଇଥିଲେ ବି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇପାରୁନି। କଂଗ୍ରେସର ଘନ ଘନ ବୈଠକ ସତ୍ତ୍ବେ କୌଣସି ନିଷ୍କର୍ସ ବାହାରି ପାରୁନି। ପାର୍ଟି ହାଇକମାଣ୍ଡ ଆଜି ମୁଖ୍ୟମନ୍ତ୍ରୀ ପଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ। ସିଦ୍ଦରମେୟାଙ୍କ ପ୍ରତି ରାହୁଲ ଗାନ୍ଧିଙ୍କ ସମର୍ଥନ ଅଛି। ସିଦ୍ଦରମେୟାଙ୍କ ପ୍ରତି ଅନେକ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ଅନ୍ୟପକ୍ଷେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଡିକେ ଶିବକୁମାର ଏବଂ ସିଦ୍ଦରମେୟାଙ୍କ ସହ ପୃଥକ୍ ଭାବେ ଆଲୋଚନା କରିଛନ୍ତି। ଗତକାଲି ଉଭୟ ସିଦ୍ଦରମେୟା ଏବଂ ଶିବକୁମାର ପୃଥକ୍ ଭାବେ ଖଡ଼ଗେଙ୍କୁ ଭେଟିଥିଲେ। ଶିବକୁମାର ଗତକାଲି ଖଡ଼ଗେଙ୍କୁ କହିଥିଲେ ଦଳ ଯେଉଁ ନିଷ୍ପତ୍ତି ନେବ ସେଥିରେ ମୁଁ ରାଜି। କିନ୍ତୁ ମତେ ମୁଖ୍ୟମନ୍ତ୍ରୀ ପଦ ନମିଳିଲେ ଅନ୍ୟ କୌଣସି ପଦ ଦରକାର ନାହିଁ। ମୁଁ ବିଧାୟକ ହୋଇ ରହିବି। କଂଗ୍ରେସ ସଭାପତି ଖଡ଼ଗେ ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ ତାହା ଘୋଷଣା କରିବେ। ଆସନ୍ତାକାଲି କାନ୍ତିଭରା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଅଛି।




