ସିଦ୍ଦରମେୟାଙ୍କ ବିବାଦୀୟ ବୟାନ , ମନ୍ଦିରରେ ପ୍ରବେଶ କରିନଥିଲି ଯେତେବେଳେ ମତେ ….
ବେଙ୍ଗାଲୁରୁ , ୭/୯ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଉଚ୍ଛେଦ’ ଟିପ୍ପଣୀ ପାଇଁ ଇଣ୍ଡିଆ ମେଣ୍ଟକୁ ବିଜେପି ଟାର୍ଗେଟ୍ କରିଥିବାବେଳେ ଏହି ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଦରମେୟା କହିଛନ୍ତି, କେରଳରେ ତାଙ୍କୁ ଏକ ମନ୍ଦିରରେ ପ୍ରବେଶ କରିବାପାଇଁ ସାର୍ଟ କାଢ଼ିବାକୁ କୁହାଯାଇଥିଲା। କିନ୍ତୁ ସେ ମନ୍ଦିରକୁ ଯାଇନଥିଲେ ଏବଂ ମନ୍ଦିର ବାହାରେ ରହି ପ୍ରାର୍ଥନା କରିଥିଲେ। ସିଦ୍ଦରମେୟା କହିଛନ୍ତି, ସମସ୍ତଙ୍କୁ ସେମାନେ ଏମିତି କରିବାକୁ […]
ବେଙ୍ଗାଲୁରୁ , ୭/୯ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଉଚ୍ଛେଦ’ ଟିପ୍ପଣୀ ପାଇଁ ଇଣ୍ଡିଆ ମେଣ୍ଟକୁ ବିଜେପି ଟାର୍ଗେଟ୍ କରିଥିବାବେଳେ ଏହି ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଦରମେୟା କହିଛନ୍ତି, କେରଳରେ ତାଙ୍କୁ ଏକ ମନ୍ଦିରରେ ପ୍ରବେଶ କରିବାପାଇଁ ସାର୍ଟ କାଢ଼ିବାକୁ କୁହାଯାଇଥିଲା। କିନ୍ତୁ ସେ ମନ୍ଦିରକୁ ଯାଇନଥିଲେ ଏବଂ ମନ୍ଦିର ବାହାରେ ରହି ପ୍ରାର୍ଥନା କରିଥିଲେ। ସିଦ୍ଦରମେୟା କହିଛନ୍ତି, ସମସ୍ତଙ୍କୁ ସେମାନେ ଏମିତି କରିବାକୁ କହିନଥିଲେ। କେବଳ ଅଳ୍ପ କିଛି ଜଣଙ୍କୁ କହିଥିଲେ। ଏହା ଏକ ଅମାନବୀୟ ଅଭ୍ୟାସ। ଭଗବାନଙ୍କ ଆଖିରେ ସମସ୍ତେ ସମାନ। ବେଙ୍ଗାଲୁରୁରେ ସମାଜ ସଂସ୍କାରକ ନାରାୟଣ ଗୁରୁଙ୍କ ୧୬୯ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଦ୍ଦରମେୟା ଏହି ଟିପ୍ପଣୀ ଦେଇଛନ୍ତି।




