ସିଦ୍ଦରମେୟାଙ୍କୁ ସମାଲୋଚନା କରିବାର କିଛି ମିନିଟ୍‌ ପରେ କର୍ଣ୍ଣାଟକ ଶିକ୍ଷକ ନିଲମ୍ବିତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ରବିବାର ଦିନ ନିଲମ୍ବିତ ହୋଇଛନ୍ତି। ତାଙ୍କର ଭୁୂଲ୍‌ ହେଉଛି ସେ କର୍ଣ୍ଣାଟକର ନବ ନିର୍ବାଚିତ ସିଦ୍ଦରମେୟା ସରକାରକୁ ସମାଲୋଚନା କରି ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଏହାର ମାତ୍ର କିଛି ମିନିଟ୍‌ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସନ୍ଥମୂର୍ତ୍ତି ଏମ୍‌ଜି ଚିତ୍ରଦୁର୍ଗର ଏକ ସରକାର ସ୍କୁଲ୍‌ରେ ଶିକ୍ଷକ ଥିଲେ। ଫେସବୁକରେ ଏକ ‌ପୋଷ୍ଟ କରି ସନ୍ଥମୂର୍ତ୍ତି ଲେଖିଥିଲେ, ମାଗଣା ଦେବା ଛଡ଼ା ଆପଣ ଆଉ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ରବିବାର ଦିନ ନିଲମ୍ବିତ ହୋଇଛନ୍ତି। ତାଙ୍କର ଭୁୂଲ୍‌ ହେଉଛି ସେ କର୍ଣ୍ଣାଟକର ନବ ନିର୍ବାଚିତ ସିଦ୍ଦରମେୟା ସରକାରକୁ ସମାଲୋଚନା କରି ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଏହାର ମାତ୍ର କିଛି ମିନିଟ୍‌ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସନ୍ଥମୂର୍ତ୍ତି ଏମ୍‌ଜି ଚିତ୍ରଦୁର୍ଗର ଏକ ସରକାର ସ୍କୁଲ୍‌ରେ ଶିକ୍ଷକ ଥିଲେ। ଫେସବୁକରେ ଏକ ‌ପୋଷ୍ଟ କରି ସନ୍ଥମୂର୍ତ୍ତି ଲେଖିଥିଲେ, ମାଗଣା ଦେବା ଛଡ଼ା ଆପଣ ଆଉ କ’ଣ କରିପାରିବେ। ଏହି ପୋଷ୍ଟ‌ରେ ଶିକ୍ଷକ ଜଣଙ୍କ ବିଭିନ୍ନ ସରକାର ସମୟରେ ହୋଇଥିବା ଋଣ ଭାର ସଂକ୍ରାନ୍ତରେ ‌ପୋଷ୍ଟ୍‌ କରିଛନ୍ତି। ଏସଏମ କ୍ରୀଷ୍ଣାଙ୍କ ସମୟରେ ଋଣ ଭା ର ୩,୫୯୦ କୋଟି ଥିଲା ଧରମ ସିଂହଙ୍କ ସମୟରେ ୧୫,୬୩୫ କୋଟି, ଏଚ୍‌ଡି କୁମାରସ୍ବାମୀଙ୍କ ସମୟରେ ୩,୫୪୫ କୋଟି, ବିଏସ୍‌ ୟେଦୁରପ୍ପାଙ୍କ ସମୟରେ ୨୫,୬୫୩ କୋଟି, ଡିଭି ସଦାନନ୍ଦ ଗୌଡ଼ାଙ୍କ ସମୟରେ ୯,୪୬୪ କୋଟି , ଜଗଦୀଶ ସେଟ୍ଟାରଙ୍କ ସମୟରେ ୧୩,୪୬୪ କୋଟି, ସିଦ୍ଦରମେୟାଙ୍କ ସମୟରେ ୨,୪୨,୦୦୦ କୋଟି ଋଣଭାର ରହିଛି ବୋଲି ସେ ପୋଷ୍ଟ୍‌ କରିଥିଲେ। ଏହି ପୋଷ୍ଟର ମାତ୍ର କିଛି ମିନିଟ୍‌ ପରେ ତାଙ୍କୁ ନିଲମ୍ବନ କରାଯାଇଛି।

Tags: