ସିଡିଏସ୍‌ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୬ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସିଡିଏସ୍‌ ଅନିଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ସାମରିକ ବ୍ୟାପାର ବିଭାଗ ସଚିବ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ’ ୨୦୨୬ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୃଦ୍ଧିକୁ […]

ସିଡିଏସ୍‌ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୬ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସିଡିଏସ୍‌ ଅନିଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ସାମରିକ ବ୍ୟାପାର ବିଭାଗ ସଚିବ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ’ ୨୦୨୬ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୃଦ୍ଧିକୁ କେନ୍ଦ୍ର ସରକାର ସ୍ବିକୃତି ପ୍ରଦାନ କରିଛନ୍ତି। ଏସିସି (ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି) ସିଡିଏସ୍‌ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସ୍ବୀକୃତି ପ୍ରଦାନ କରିଛି। ୧୯୮୧ରେ ସେନାରେ ସାମିଲ ହୋଇଥିବା ଜେନେରାଲ ଚୌହାନ ୨୦୨୨ ସେପ୍ଟେମ୍ବର ୩୦ରୁ ସିଡିଏସ୍‌ ଭାବେ ଦାୟିତ୍ବ ତୁଲାଉଛନ୍ତି। ଚଳିତ ସେପ୍ଟେମ୍ବର ୩୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ବିପିନ ରାୱତଙ୍କ ପରେ ଅନିଲ ଚୌହାନ ହେଉଛନ୍ତି ଦ୍ବିତୀୟ ସିଡିଏସ୍‌।

Tags: