ସିଡନି ମଲ୍ରେ ଛୁରିମାଡ଼ ଓ ଗୁଳିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ : ସିଡନିରେ ଆଜି ଏକ ମଲ୍ରେ ଛୁରିମାଡ଼ ଓ ଗୁଳିକାଣ୍ଡ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ବଣ୍ଡି ଜଙ୍କସନ୍ ୱେଷ୍ଟଫିଲ୍ଡ ସପିଂ ସେଣ୍ଟରରେ ଆଜି ଏହି ଗୁଳିକାଣ୍ଡ ହୋଇଛି। ଜଣେ ଶିଶୁ ସମେତ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ସପିଂ ମଲ୍ରେ ଗୁଳିକାଣ୍ଡ ସହ ଛୁରିମାଡ଼ ହୋଇଛି। ଉକ୍ତ ଘଟଣା ସ୍ଥାନୀୟ […]

Samaya Live Picture
Published On

ନୂଆଦିଲ୍ଲୀ : ସିଡନିରେ ଆଜି ଏକ ମଲ୍ରେ ଛୁରିମାଡ଼ ଓ ଗୁଳିକାଣ୍ଡ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ବଣ୍ଡି ଜଙ୍କସନ୍ ୱେଷ୍ଟଫିଲ୍ଡ ସପିଂ ସେଣ୍ଟରରେ ଆଜି ଏହି ଗୁଳିକାଣ୍ଡ ହୋଇଛି। ଜଣେ ଶିଶୁ ସମେତ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ସପିଂ ମଲ୍ରେ ଗୁଳିକାଣ୍ଡ ସହ ଛୁରିମାଡ଼ ହୋଇଛି। ଉକ୍ତ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି । ତେବେ ଏଥିପାଇଁ କିଏ ଦାୟୀ ତାହା ଜଣାପଡ଼ିନି।

Tags: