ସିକ୍କିମ ଅଚାନକ ବନ୍ୟା: ୨୨ ଯବାନଙ୍କ ସମେତ ୧୨୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ : ସିକ୍କିମରେ ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ ଅଚାନକ ବନ୍ୟା ଆସି ୨୨ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ଗତକାଲି ସନ୍ଧ୍ୟା ସୁଦ୍ଧା ୧୪ଟି ମୃତଦେହ ମିଳିଛି। ସିକ୍କିମରେ ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଥିଲା। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ […]

Samaya Live Picture
Published On

ନୂଆଦିଲ୍ଲୀ : ସିକ୍କିମରେ ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ ଅଚାନକ ବନ୍ୟା ଆସି ୨୨ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ଗତକାଲି ସନ୍ଧ୍ୟା ସୁଦ୍ଧା ୧୪ଟି ମୃତଦେହ ମିଳିଛି। ସିକ୍କିମରେ ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଥିଲା। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ଏହା ଫୁଲି ଉଠିଥିଲା ଏବଂ ତିସ୍ତା ନଦୀରେ ଜଳସ୍ତର ଭୟାନକ ଭାବେ ବୃଦ୍ଧି ପାଇଥିଲା। ସେନାର ପୂର୍ବ କମାଣ୍ଡ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଚୁଙ୍ଗତଙ୍ଗ ଡ୍ୟାମ୍‌ରୁ ସେହି ସମୟରେ ପାଣି ଛଡ଼ାଯିବାରୁ ଜଳସ୍ତର ହଠାତ୍‌ ୧୫-୨୦ ଫୁଟ୍‌ ଉଚ୍ଚତାକୁ ବୃଦ୍ଧି ପାଇଥିଲା। ଏହା ଫଳରେ ସିଙ୍ଗତମ ନିକଟସ୍ଥ ବାରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡ଼ି ଗୁଡ଼ିକ ଭାସି ଯାଇଥିଲା। ଫଳରେ ଜଣ ୨୩ ଯବାନ ଭାସି ଯାଇଥିଲେ। ପ୍ରାୟ ୩ ହଜାର ପର୍ଯ୍ୟଟକ ସିକ୍କିମର ବିଭିନ୍ନ ଅଂଶରେ ଫସି ରହିଛନ୍ତି। ପାଖାପାଖି ୨୦ ହଜାର ଲୋକ ଏହି ଅଚାନକ ବନ୍ୟାରେ ପ୍ରଭାବିତ ‌ହୋଇଛନ୍ତି।
ଲାଚେନ ଭ୍ୟାଲିରେ କିଛି ସେନା ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ୬ଟି ଗୁରୁତ୍ବପୂର୍ଣ୍ଣ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ସିଙ୍ଗତମରେ ଥିବା ଇନ୍ଦ୍ରେଣି ବ୍ରିଜ୍‌ ତିସ୍ତା ନଦୀର ବନ୍ୟାଜଳ ଦ୍ବାରା ଭାସି ଯାଇଛି। ସିକ୍କିମ ସରକାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଉକ୍ତ ବାଦଲଫଟା ବର୍ଷା ଓ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ତିସ୍ତା ନଦୀ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଡିକଚୁ, ସିଙ୍ଗତମ ଏବଂ ରାଙ୍ଗପୋ ସମେତ ଅନେକ ସହର ପାଣି ଘେରରେ ରହିଛି। ସିକ୍କିମ ଏବଂ ଦେଶର ଅନ୍ୟ ଅଂଶକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥ-୧୦ର କିଛି ଅଂଶ ଭାସି ଯାଇଛି। ଉତ୍ତର ବଙ୍ଗ ଏବଂ ବାଂଲାଦେଶରେ ବନ୍ୟା ସତର୍କତା ଜାରି ହୋଇଛି। ଲାନ୍‌କୋ ହାଇଡେଲ ପାୱାର ପ୍ରୋଜେକ୍ଟ ନିକଟରେ ଥିବା ଅନ୍ୟ ୨ଟି ବ୍ରିଜ୍‌ ବି ଭୁଶୁଡ଼ି ପଡ଼ିଛି।
ମୁଖ୍ୟମନ୍ତ୍ରୀ ପି ଏସ୍‌ ତମଙ୍ଗ ସିଙ୍ଗତମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ସିଙ୍ଗତମ ନଗର ପଞ୍ଚାୟତ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି ଏବଂ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Tags: