ସିକ୍କିମରେ ମହାବିପତ୍ତି, ବାଦଲ ଫଟା ବର୍ଷାରେ ଭାଶିଗଲେ ୨୩ ସେନା ଯବାନ
ନୂଆଦିଲ୍ଲୀ :ସିକ୍କିମର ଲାଚେନ ଭ୍ୟାଲିରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ସିକ୍କିମରେ ୨୩ ସେନା ଯବାନ ଭାଶି ଯାଇଛନ୍ତି। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ଆସିଥିଲା। ଫଳରେ ତିସ୍ତାରେ ଜଳସ୍ତର ହଠାତ ବଢ଼ି ଯାଇଥିଲା। ସେହିପରି ଚୁଙ୍ଗଥାଙ୍ଗ ଡ୍ୟାମ୍ରୁ ଜଳ ନିଷ୍କାସନ ଦ୍ବାରା ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଫଳରେ ଜଳ ସ୍ତର […]
ନୂଆଦିଲ୍ଲୀ :ସିକ୍କିମର ଲାଚେନ ଭ୍ୟାଲିରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ସିକ୍କିମରେ ୨୩ ସେନା ଯବାନ ଭାଶି ଯାଇଛନ୍ତି। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ଆସିଥିଲା। ଫଳରେ ତିସ୍ତାରେ ଜଳସ୍ତର ହଠାତ ବଢ଼ି ଯାଇଥିଲା। ସେହିପରି ଚୁଙ୍ଗଥାଙ୍ଗ ଡ୍ୟାମ୍ରୁ ଜଳ ନିଷ୍କାସନ ଦ୍ବାରା ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଫଳରେ ଜଳ ସ୍ତର ୧୫-୨୦ ଫୁଟ୍ ଉଚ୍ଚତାକୁ ବଢ଼ିଯାଇଥିଲା। ସିଙ୍ଗତମ ନିକଟସ୍ଥ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନାର ଏକ ଗାଡ଼ି ବନ୍ୟା ଜଳରେ ଭାଶି ଯାଇଥିଲା। ଫଳରେ ଗାଡ଼ିରେ ଥିବା ମୋଟ୍ ୨୩ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ପତ୍ତା ମିଳୁନଥିବା ବେଳେ ଉଦ୍ଧାର ଅପରେସନ୍ ଜାରି ରହିଛି। ଅଚାନକ ବନ୍ୟା ମଧ୍ୟ ଅନେକ ସେନା ପ୍ରତିଷ୍ଠାନକୁ ଭାଙ୍ଗି ଦେଇଛି। ତିସ୍ତା ନଦୀ ଉପରେ ଥିବା ସିଙ୍ଗତମ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ପଶ୍ଚିମବଙ୍ଗକୁ ସିକ୍କିମ ସହ ଯୋଡ଼ୁଥିବା ଜାତୀୟ ରାଜପଥର ବିଭିନ୍ନ ଅଂଶ ମଧ୍ୟ ଧୋଇ ହୋଇଯାଇଛି। ଅନେକ ରାସ୍ତା ଅଚଳ ହୋଇଯାଇଛି। ତୁଙ୍ଗ ପୋଲ ଭୁଶୁଡ଼ି ଯିବା ଫଳରେ ମଙ୍ଗନ ଜିଲ୍ଲାର ଚୁଙ୍ଗତଙ୍ଗରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଡିକଚୁର ଫିଡଙ୍ଗରେ ଅନେକ ଘର ଭାଶି ଯାଇଛି। ୬ ଜଣ ନିଖୋଜ ହୋଇଯାଇଛନ୍ତି।




