ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କଲେ ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନ୍ରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏଥିସହ ସଡ଼କ ପରିବହନ, ସ୍ବାସ୍ଥ୍ୟ ସେବା ଏବଂ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ବାବଦରେ ମୋଟ୍ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଜି ତେଲେଙ୍ଗାନାରେ ପହଞ୍ଚିବାପ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍ ପାଛୋଟି ନେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିମାନ […]

Samaya Live Picture
Published On

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନ୍ରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏଥିସହ ସଡ଼କ ପରିବହନ, ସ୍ବାସ୍ଥ୍ୟ ସେବା ଏବଂ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ବାବଦରେ ମୋଟ୍ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଜି ତେଲେଙ୍ଗାନାରେ ପହଞ୍ଚିବାପ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍ ପାଛୋଟି ନେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିମାନ ବନ୍ଦର ଆସିନଥିଲେ। ସେହିପରି ମୋଦିଙ୍କର ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକରେ ମଧ୍ୟ ସେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

Tags: