ସିଏଏ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କଲେ ନାଇଡ଼ୁ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହେବାର କିଛି ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସିଏଏ ସଂକ୍ରାନ୍ତ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରି ନାଇଡ଼ୁ କହିଛନ୍ତି, ସିଏଏ କାର୍ଯ୍ୟକାରୀ କରିବାରେ କିଛି ଭୁଲ୍ ନାହିଁ। ଯେକୌଣସି ରାଷ୍ଟ୍ରର ସେମାନଙ୍କର ନିଜସ୍ବ ନାଗରିକତା ଆଇନ ରହିଛି। ଏଥିରେ ଭୁଲ୍ କେଉଁଠି ରହିଲା ବୋଲି ସେ ପ୍ରଶ୍ନ […]

Samaya Live Picture
Published On

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହେବାର କିଛି ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସିଏଏ ସଂକ୍ରାନ୍ତ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରି ନାଇଡ଼ୁ କହିଛନ୍ତି, ସିଏଏ କାର୍ଯ୍ୟକାରୀ କରିବାରେ କିଛି ଭୁଲ୍ ନାହିଁ। ଯେକୌଣସି ରାଷ୍ଟ୍ରର ସେମାନଙ୍କର ନିଜସ୍ବ ନାଗରିକତା ଆଇନ ରହିଛି। ଏଥିରେ ଭୁଲ୍ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନାଇଡ଼ୁ ମଧ୍ୟ ଆନ୍ଧ୍ରପ୍ରଦେଶରେ ଶାସକ ୱାଇଏସଆରସିପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗ୍ରୁପ୍-୧ ଉତ୍ତର ଖାତା ମୂଲ୍ୟାୟନରେ ଭେଦଭାବ ଅଭିଯୋଗ କରି ନାଇଡୁ ଜଗନ ରେଡ୍ଡି ସରକାର ଉପରେ ବର୍ଷିଛନ୍ତି। ଉକ୍ତ ପ୍ରସଙ୍ଗରେ ଜଗନ ରେଡ୍ଡି ଅନିୟମିତତାରେ ସମ୍ପୃକ୍ତ ବୋଲି ନାଇଡ଼ୁ ଅଭିଯୋଗ କରିଛନ୍ତି। ସତ ପଦାକୁ ଆଣିବାପାଇଁ ଆନ୍ଧ୍ରପ୍ରଦେଶ ପବ୍ଲିକ ସର୍ଭିସ କମିସନ (ଏପିପିଏସସି) ରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ପାଇଁ ନାଇଡ଼ୁ ଦାବି କରିଛନ୍ତି।

Tags: