ସିଏଏ କାର୍ଯ୍ୟକାରୀ କରିବାକୁ କେହି ଅଟକାଇପାରିବେନି : ଶାହ

କୋଲକାତା : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ସିଏଏ ନାଗରିକ (ସଂଶୋଧନ) ଆଇନ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଦଳର ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବା ଅବସରରେ ଶାହ ଆଜି କୋଲକାତାରେ ଏକ ବଡ଼ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକା ର ସିଏଏ କାର୍ଯ୍ୟକାରୀ କରିବେ ଏବଂ ଏହାକୁ କେହି ଅଟକାଇପାରିବେନି। ତୁଷ୍ଠୀକରଣ ରାଜନୀତି, ଅନୁପ୍ରବେଶ, ଦୁର୍ନୀତି ଏବଂ ରାଜନୈତିକ ହିଂସା ପ୍ରସଙ୍ଗରେ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ […]

Samaya Live Picture
Published On

କୋଲକାତା : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ସିଏଏ ନାଗରିକ (ସଂଶୋଧନ) ଆଇନ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଦଳର ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବା ଅବସରରେ ଶାହ ଆଜି କୋଲକାତାରେ ଏକ ବଡ଼ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକା ର ସିଏଏ କାର୍ଯ୍ୟକାରୀ କରିବେ ଏବଂ ଏହାକୁ କେହି ଅଟକାଇପାରିବେନି। ତୁଷ୍ଠୀକରଣ ରାଜନୀତି, ଅନୁପ୍ରବେଶ, ଦୁର୍ନୀତି ଏବଂ ରାଜନୈତିକ ହିଂସା ପ୍ରସଙ୍ଗରେ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ଲୋକମାନେ ତାଙ୍କ ସରକାରକୁ କ୍ଷମତାରୁ ହଟାଇ ବିଜେପିକୁ କ୍ଷମତାକୁ ଆଣିବାପାଇଁ ଅନୁରୋଧ କରିଛନ୍ତି। ୨୦୨୬ରେ ବିଜେପି ୨ ତୃତୀୟାଂଶ ସଂଖ୍ୟଗରିଷ୍ଠତା ସହ କ୍ଷମତାକୁ ଫେରିବ ବୋଲି ସେ ଦାବି କରିଛନ୍ତି। ଶାହ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ହିଁ ବିଧାନସଭା ନିର୍ବାଚନ ପାଇଁ ମୂଳଦୁଆ ପକାଇବ।

Tags: