ସିଇସି ରାଜୀବ କୁମାରଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ :କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଜେଡ୍‌ ଶ୍ରେଣୀ ଭିଆଇପି ସୁରକ୍ଷା ଦେଇଛନ୍ତି। ସିଇସି ରାଜୀବ କୁମାରଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଜେଡି ଶ୍ରେଣୀ ଭିଆଇପି ସୁରକ୍ଷା ଦିଆଯାଇଛି।କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରାଜୀବ କୁମାରଙ୍କୁ ପ୍ରାୟ ୪୦-୪୫ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେବାପାଇଁ ସିଆରପିଏଫକୁ ଦାୟିତ୍ବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରାଜୀବ କୁମାରଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ :କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଜେଡ୍‌ ଶ୍ରେଣୀ ଭିଆଇପି ସୁରକ୍ଷା ଦେଇଛନ୍ତି। ସିଇସି ରାଜୀବ କୁମାରଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଜେଡି ଶ୍ରେଣୀ ଭିଆଇପି ସୁରକ୍ଷା ଦିଆଯାଇଛି।କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରାଜୀବ କୁମାରଙ୍କୁ ପ୍ରାୟ ୪୦-୪୫ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେବାପାଇଁ ସିଆରପିଏଫକୁ ଦାୟିତ୍ବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରାଜୀବ କୁମାରଙ୍କୁ ଜେଡ୍‌ ଶ୍ରଣୀ ସୁରକ୍ଷା ମିଳିଛି। ସିଇସି ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ସରକାରୀ କାର୍ଯ୍ୟ ପାଇଁ ଭ୍ରମଣ କରିବା ସମୟରେ ସେନା କମାଣ୍ଡୋମାନେ ତାଙ୍କ ସହ ରହିବେ। ଉଲ୍ଲେଖଯୋଗ୍ୟ ଯେ ରାଜୀବ କୁମାର ହେଉଛନ୍ତି ୧୯୮୪ ବ୍ୟାଚ୍‌ ଆଇଏଏଫ୍‌ ଅଫିସର। ୨୦୨୨ ମେ’ ୧୫ ତାରିଖରେ ସେ ୨୫ ତମ ସିଇସି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୦ ସେପ୍ଟେମ୍ବର ୧ରେ ସେ ନିର୍ବାଚନ କମିସନର ନିଯୁକ୍ତ ହୋଇଥିଲେ।

Tags: