ସିଇସି, ଇସି ନିଯୁକ୍ତି କମିଟିରୁ ସିଜେଆଇଙ୍କୁ ବାଦ୍ ଦେବାପାଇଁ ରାଜ୍ୟସଭାରେ ବିଲ୍ ଆଗତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ କମିଟି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦେବେ। ଏନେଇ ଆଜି ରାଜ୍ୟସଭାରେ ଏକ ବିଲ୍ ଆଗତ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବାସର୍ତ୍ତ ଏବଂ କାର୍ଯ୍ୟାଳୟ ଅବଧି) ବିଲ୍ ଆଜି ରାଜ୍ୟସଭାରେ ଆଗତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି। […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ କମିଟି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦେବେ। ଏନେଇ ଆଜି ରାଜ୍ୟସଭାରେ ଏକ ବିଲ୍ ଆଗତ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବାସର୍ତ୍ତ ଏବଂ କାର୍ଯ୍ୟାଳୟ ଅବଧି) ବିଲ୍ ଆଜି ରାଜ୍ୟସଭାରେ ଆଗତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି। ଏହି ବିଲ୍ରେ ଥିବା ପ୍ରସ୍ତାବ ଅନୁଯାୟୀ ସିଇସି ଏବଂ ଇସି ନିଯୁକ୍ତି କମିଟିରେ ପ୍ରଧାନ ବିଚାରପତି ରହିବେନି। କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରହିବେ। ମୌସୁମୀ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଆଜି ଏହି ବିଲ୍ ଆଗତ ହୋଇଛି। ଅଧୀବେଶନରେ ଗୃହୀତ ହେବାପାଇଁ ତାଲିକାରେ ଥିବା ୩୧ଟି ବିଲ୍ ମଧ୍ୟରେ ବି ଏହି ବିଲ୍ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କ କମିଟିର ପରାମର୍ଶକ୍ରମେ ନିର୍ବାଚନ କମିସନରେ ନିଯୁକ୍ତି ହେବ। ନିଯୁକ୍ତି ପ୍ରକ୍ରିୟାରେ ସଂସଦ ଆଇନ ନଆଣିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଏକ ୫ ଜଣିଆ ସମ୍ବିଧାନ ପୀଠ କହିଥିଲେ।




