ସାଲ୍‌ଭେଙ୍କ ବିବାହରେ ଲଳିତ ମୋଦୀଙ୍କ ଉପସ୍ଥିତିକୁ ନେଇ ବିବାଦ ବଢ଼ିଲା

ନୂଆଦିଲ୍ଲୀ: ଭାରତର ପୂର୍ବତନ ସଲିସିଟର ଜେନେରାଲ ହରୀଶ ସାଲ୍‌ଭେ ଗତ ରବିବାର ଦିନ ତୃତୀୟ ବିବାହ କରିଛନ୍ତି। ବ୍ରିଟିସ ପାର୍ଟନର ଟ୍ରିନାଙ୍କୁ ତୃତୀୟ ଥର ପାଇଁ ବିବାହ କରି ହରୀଶ ସାଲ୍‌ଭେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲଣ୍ଡନରେ ହୋଇଥିବା ହରୀଶ ସାଲ୍‌ଭେଙ୍କ ବିବାହରେ ବହୁ ହାଇ ପ୍ରୋଫାଇଲ୍‌ ଅତିଥି ଯୋଗ ଦେଇଛନ୍ତି। ତେବେ ତାଙ୍କ ବିବାହ ଉତ୍ସବରେ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ବିବାଦ ଆରମ୍ଭ ହୋଇଛି। ବିରୋଧୀ ନେତାମାନେ ଉକ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତର ପୂର୍ବତନ ସଲିସିଟର ଜେନେରାଲ ହରୀଶ ସାଲ୍‌ଭେ ଗତ ରବିବାର ଦିନ ତୃତୀୟ ବିବାହ କରିଛନ୍ତି। ବ୍ରିଟିସ ପାର୍ଟନର ଟ୍ରିନାଙ୍କୁ ତୃତୀୟ ଥର ପାଇଁ ବିବାହ କରି ହରୀଶ ସାଲ୍‌ଭେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲଣ୍ଡନରେ ହୋଇଥିବା ହରୀଶ ସାଲ୍‌ଭେଙ୍କ ବିବାହରେ ବହୁ ହାଇ ପ୍ରୋଫାଇଲ୍‌ ଅତିଥି ଯୋଗ ଦେଇଛନ୍ତି। ତେବେ ତାଙ୍କ ବିବାହ ଉତ୍ସବରେ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ବିବାଦ ଆରମ୍ଭ ହୋଇଛି। ବିରୋଧୀ ନେତାମାନେ ଉକ୍ତ ପ୍ରସଙ୍ଗରେ ଏବେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲଲିତ ମୋଦୀଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଟିକସ ଫାଙ୍କିବା ମାମଲାରେ ତଦନ୍ତ ଚାଲିଛି। ତେବେ ୨୦୧୦‌ରୁ ସେ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି। ତେବେ ଜଣେ ବରିଷ୍ଠତମ ଆଇନଜୀବୀଙ୍କ ବିବାହରେ ପଳାତକ ଲଳିତ ମୋଦୀଙ୍କ ଉପସ୍ଥିତିକୁ ନେଇ ବିରୋଧୀ ନେତାମାନେ ପ୍ରଶ୍ପ ଉଠାଇଛନ୍ତି। ‘ୱାନ୍‌ ନେସନ୍‌ , ୱାନ୍‌ ଇଲେକ୍ସନ୍‌’ କମିଟି’ରେ ବି ସେ ସଦସ୍ୟ ଅଛନ୍ତି। ସାଲ୍‌ଭେଙ୍କ ବିବାହରେ ଲଳିତ ମୋଦୀଙ୍କ ଉପସ୍ଥିତି ପାଇଁ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚତୁର୍ବେଦୀ ଏକ ଟ୍ବିଟ୍‌ କରି କହିଛନ୍ତି, ‘ଏହା ନୁହେଁ ଯେ ମୁଁ ଜଣେ ସରକାରୀ ବିଜେପି ଓକିଲଙ୍କ ତୃତୀୟ ଥର ବିବାହ ଏବଂ ମୋଦୀ ସରକାରଙ୍କ ତରଫରୁ ଅତି ସୁବିଧାଜନକ ଭାବେ ସମାନ ବିବାହ ନିୟମ ଏବଂ ବହୁ ବିବାହ ପ୍ରସଙ୍ଗରେ ମତ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରୁଛି। କିନ୍ତୁ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଏହା ଯେ ଭାରତୀୟ ଆଇନ ହାତରୁ ଖସି ଯାଇଥିବା ଜଣେ ପଳାତକ ମୋଦୀ ସରକାରଙ୍କ ପ୍ରିୟ ଓକିଲଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। କିଏ କାହାକୁ ସହଯୋଗ କରୁଛନ୍ତି ଏବଂ କିଏ କାହାକୁ ସୁରକ୍ଷା ଦେଉଛନ୍ତି ତାହା ଏବେ ଆଉ ପ୍ରଶ୍ନ ହୋଇନାହିଁ। ମହାରାଷ୍ଟ୍ର କଂ‌ଗ୍ରେସର ପ୍ରୀତେଶ ଶାହ ମଧ୍ୟ ସାଲ୍‌ଭେଙ୍କ ବିବାହରେ ଲଳିତ ମୋଦୀଙ୍କ ଉପସ୍ଥିତିକୁ ସମାଲୋଚନା କରିଛନ୍ତି। ଆପ୍‌ କହିଛି ଏହା ମୋଦୀଙ୍କ ସମ୍ମାନରେ ଏକ କଳାଦାଗ।

Tags: