ସାର୍ଟିଫିକେଟ୍ ଭାଇରାଲ୍ ହେବାପରେ ସ୍ପଷ୍ଟୀକରଣ ଦେଲେ ଶରଦ ପାୱାର

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ସଭାପତି ଶରଦ ପାୱାରଙ୍କ ଏକ ସାର୍ଟିଫିକେଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ସାର୍ଟିଫିକେଟ୍ରେ ପାୱାର ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ର ବୋଲି ଦର୍ଶାଯାଇଛି। ତେବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏହି ସାର୍ଟିଫିକେଟ୍କୁ ନକଲି ବୋଲି କହିଛନ୍ତି। ସୁଲେ କହିଛନ୍ତି, ଏନସିପି ମୁଖ୍ୟ ମରାଠା ସମ୍ପ୍ରଦାୟର। ମହାରାଷ୍ଟ୍ର ଜନସଂଖ୍ୟାର ୩୦ ପ୍ରତିଶତରୁ ଅଧିକ ମରାଠା ସମ୍ପ୍ରଦାୟର। ତେବେ ଶରଦ ପାୱାର କହିଛନ୍ତି, ଓବିସି ସମ୍ପ୍ରଦାୟ […]

Samaya Live Picture
Published On

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ସଭାପତି ଶରଦ ପାୱାରଙ୍କ ଏକ ସାର୍ଟିଫିକେଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ସାର୍ଟିଫିକେଟ୍ରେ ପାୱାର ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ର ବୋଲି ଦର୍ଶାଯାଇଛି। ତେବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏହି ସାର୍ଟିଫିକେଟ୍କୁ ନକଲି ବୋଲି କହିଛନ୍ତି। ସୁଲେ କହିଛନ୍ତି, ଏନସିପି ମୁଖ୍ୟ ମରାଠା ସମ୍ପ୍ରଦାୟର। ମହାରାଷ୍ଟ୍ର ଜନସଂଖ୍ୟାର ୩୦ ପ୍ରତିଶତରୁ ଅଧିକ ମରାଠା ସମ୍ପ୍ରଦାୟର। ତେବେ ଶରଦ ପାୱାର କହିଛନ୍ତି, ଓବିସି ସମ୍ପ୍ରଦାୟ ପ୍ରତି ତାଙ୍କର ସମ୍ମାନ ରହିଛି। କିନ୍ତୁ ସେ ଯେଉଁ ଜାତିରେ ଜନ୍ମ ହୋଇଛନ୍ତି ତାହା ସେ ଲୁଚାଇବାକୁ ଚାହାନ୍ତିନି। ପାୱାର କହିଛନ୍ତି, ସମଗ୍ର ବିଶ୍ବ ମୋ ଜାତି ଜାଣେ ଏବଂ ମୁଁ ଜାତିକୁ ନେଇ ଆଦୌ ରାଜନୀତି କରିନାହିଁ କି କରିବିନାହିଁ। ତେବେ ମୁଁ ଉକ୍ତ ସମ୍ପ୍ରଦାୟର ସମସ୍ତ ସମସ୍ୟା ସମାଧାନ ପାଇଁ ସବୁକିଛି କରିବି ବୋଲି ସେ କହିଛନ୍ତି। ମରାଠା କୋଟା ପ୍ରସଙ୍ଗରେ ପାୱାର କହିଛନ୍ତି, ଏହା ଏବେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି।

Tags: