ସାରନରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ରୋହିଣୀ ଆଚାର୍ଯ୍ୟ , ବିଜେପି କହିଲା ସିଙ୍ଗାପୁରୀ ବୋହୂ
ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଙ୍ଗଳବାର ଦିନ ସାରନରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ରୋହିଣୀ ସାରନରୁ ରୋଡ୍ସୋ କରିଛନ୍ତି। ରୋହିଣୀ ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ଼ିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ରାଜୀବ ପ୍ରତାପ ରୁଡ଼ି ପ୍ରଥମ ଥର ୧୯୯୦ରେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜୀବ ପ୍ରତାପ ରୁଡ଼ି ମାତ୍ର ୨୮ ବର୍ଷ ବୟସରେ ଜନତା ଦଳ ଟିକେଟରେ ବିଧାନସଭାକୁ […]
ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଙ୍ଗଳବାର ଦିନ ସାରନରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ରୋହିଣୀ ସାରନରୁ ରୋଡ୍ସୋ କରିଛନ୍ତି। ରୋହିଣୀ ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ଼ିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ରାଜୀବ ପ୍ରତାପ ରୁଡ଼ି ପ୍ରଥମ ଥର ୧୯୯୦ରେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜୀବ ପ୍ରତାପ ରୁଡ଼ି ମାତ୍ର ୨୮ ବର୍ଷ ବୟସରେ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଚାର୍ଯ୍ୟ ସୋନପୁରର ପହଲେଜା ଘାଟରେ ପହଞ୍ଚିବାପରେ ତାଙ୍କୁ ଅନେକ ସଂଖ୍ୟାରେ ଦଳୀୟ ସମର୍ଥକ ଶୁଭେଚ୍ଛା ଜଣାଇଥିଲେ। ଆଚାର୍ଯ୍ୟ କହିଛନ୍ତି, ସାରନର ଲୋକମାନଙ୍କଠାରୁ ପାଇଥିବା ଭଲପାଇବା ଏବଂ ଆର୍ଶୀବାଦ ପାଇଁ ମୁଁ ଉତଫୁଲିତ। ଏଠାରେ ଲୋକମାନେ ଯେଉଁଭଳି ଭଲପାଇବା ଦେଉଛନ୍ତି ତାହା ଅବିଶ୍ବନୀୟ। ଲାଗୁଛି ଯେମିତି ଝିଅ ନିଜ ଘରକୁ ଆସିଛି। ରୋହିଡୀ କହିଛନ୍ତି, ସାରନ ହେଉଛି ମୋ ବାପାଙ୍କ କର୍ମଭୂମି ଏବଂ ଏବେ ଏହା ମୋର ହେବାକୁ ଯାଉଛି। ଇତି ମଧ୍ୟରେ ବିଜେପି ରୋହିଣୀଙ୍କ ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ କଟାକ୍ଷ କରିଛି। ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି, ରୋହିଣୀ ସିଙ୍ଗାପୁରର ବୋହୂ ଥିଲେ। ସେ ଆଉ ବିହାରର ଝିଅ ନୁହନ୍ତି। ସେ ପୁଣିଥରେ କହିଛନ୍ତି, ରୋହିଣୀ ସିଙ୍ଗାପୁରରେ ଲୋକଙ୍କର ସେବା କରିଛନ୍ତି ଏବଂ ସେଠାରୁ ଭୋଟ୍ ମାଗିବା ଉଚିତ।




