ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ସାମ୍ବାଦିକ ଭିସାକୁ ନେଇ ଚଳିତ ଥର ବିବାଦ ହୋଇଛି। ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଚୀନ୍‌ ସାମ୍ବାଦିକମାନଙ୍କର ଭିସା ନବୀକରଣ ନକରି ସେମାନଙ୍କୁ ଦେଶରୁ ବାହାର କରିଦେଇଛି। ଏହାର ଜବାବରେ ଚୀନ୍ ଭାରତୀୟ ସାମ୍ବାଦିକମାନଙ୍କ ପ୍ରତି ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ୨୦୨୦ ଗଲୱାନ ସୀମାସଂଘର୍ଷ ପରଠାରୁ ଭାରତ-ଚୀନ୍ ସମ୍ପର୍କ ନିମ୍ନଗାମୀ ହେବାରେ ଲାଗିଛି। ବୁଧବାର ସୀମା ଉତ୍ତେଜନା ହ୍ରାସ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ସାମ୍ବାଦିକ ଭିସାକୁ ନେଇ ଚଳିତ ଥର ବିବାଦ ହୋଇଛି। ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଚୀନ୍‌ ସାମ୍ବାଦିକମାନଙ୍କର ଭିସା ନବୀକରଣ ନକରି ସେମାନଙ୍କୁ ଦେଶରୁ ବାହାର କରିଦେଇଛି। ଏହାର ଜବାବରେ ଚୀନ୍ ଭାରତୀୟ ସାମ୍ବାଦିକମାନଙ୍କ ପ୍ରତି ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ୨୦୨୦ ଗଲୱାନ ସୀମାସଂଘର୍ଷ ପରଠାରୁ ଭାରତ-ଚୀନ୍ ସମ୍ପର୍କ ନିମ୍ନଗାମୀ ହେବାରେ ଲାଗିଛି। ବୁଧବାର ସୀମା ଉତ୍ତେଜନା ହ୍ରାସ କରିବା ପାଇଁ ଦୁଇ ପକ୍ଷ ମଧ୍ୟରେ କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସମ୍ପର୍କ ଆହୁରି ଖରାପ ହୋଇଛି। ଚୀନ୍ ସାମ୍ବାଦିକମାନଙ୍କ ପ୍ରତି ଭାରତ ଅନୁଚିତ ବ୍ୟବହାର କରିଛି ଏବଂ ସେମାନଙ୍କ ଭିସା ନବୀକରଣ ନ କରି ଦେଶରୁ ବାହାର କରିଦେଇଛି ବୋଲି ଚୀନ୍ ଅଭିଯୋଗ କରିଛି।
ମଙ୍ଗଳବାର ଏକ ଆମେରିକୀୟ ଖବରକାଗଜରେ ପ୍ରକାଶ ପାଇଥିଲା ଯେ, ଭାରତ ଓ ଚୀନ୍ ପରସ୍ପରର ସାମ୍ବାଦିକମାନଙ୍କୁ ନିଜ ଦେଶରୁ ବାହାର କରି ବସ୍ତୁତଃ ପରସ୍ପରର ‘ମିଡ଼ିଆ ଆକ୍ସେସ୍‌’କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଶେଷ ଦୁଇଜଣ ଚୀନ୍ ସରକାରୀ ମିଡ଼ିଆ ସାମ୍ବାଦିକଙ୍କ ଭିସାକୁ ଚଳିତ ମାସରେ ଭାରତ ନବୀକରଣ କରିବାକୁ ମନା କରିଦେଇଛି। ଭିସା ଅବଧି ପୂରିବା ପରେ ଜିନହୁଆ ନ୍ୟୁଜ୍ ଏଜେନ୍ସି ଓ ଚାଇନା ସେଣ୍ଟ୍ରାଲ ଟେଲିଭିନର ଦୁଇ ସାମ୍ବାଦିକ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ୧୯୮୦ ଦଶକ ପରେ ପ୍ରଥମ ଥର ପାଇଁ ଭାରତରେ କୌଣସି ଚୀନ୍ ସାମ୍ବାଦିକ ନାହାନ୍ତି।୧୯୧୭ ମସିହାରୁ ଭାରତ ଚୀନ୍ ସାମ୍ବାଦିକମାନଙ୍କ ପ୍ରତି ଅନୁଚିତ ବ୍ୟବହାର ପ୍ରଦର୍ଶନ କରିଆସୁଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି। ବୁଧବାର ସେ ଏକ ବିବୃତିରେ କହିଛନ୍ତି ଯେ, ବିନା କାରଣରେ ଭାରତ ଚୀନ୍ ସାମ୍ବାଦିକଙ୍କ ଭିସା ଅବଧି ହ୍ରାସ କରି ୧ରୁ ୩ ମାସ ଭିତରେ ରଖିଥିଲା। ୨୦୨୦ରେ ସ୍ଥାୟୀ ଭାବେ ଭାରତରେ ରହି ରିପୋର୍ଟିଂ କରିବା ପାଇଁ ଚୀନ୍ ସାମ୍ବାଦିକମାନଙ୍କ ଆବେଦନକୁ ଭାରତ ମଞ୍ଜୁର କରି ନ ଥିଲା। ଦୀଘ ବର୍ଷ ଧରି ଚୀନ୍ ସାମ୍ବାଦିକମାନେ ଭାରତରେ ଅନୁଚିତ ଓ ପକ୍ଷପାତମୂଳକ ବ୍ୟବହାରର ଶିକାର ହୋଇ ଆସୁଥିଲେ। ଏଣୁ ଚୀନ୍‌ ପାଖରେ ଯେସାକୁ ତେସା ନୀତିରେ ସମାନ ପ‌ଦକ୍ଷେପ ନେବା ବ୍ୟତୀତ ଅନ୍ୟ ଉପାୟ ନାହିଁ।

Tags: