ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ : ୨୦୦୮ ମସିହାରେ ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଆଜି ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ ପଞ୍ଚମ ଦୋଷୀକୁ କୋର୍ଟ ୩ ବର୍ଷ ପାଇଁ ଜେଲ୍ ପଠାଇ ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ଅପରାଧ ବିରଳରୁ ଅତି ବିରଳ ଶ୍ରେଣୀ ଅଧୀନରେ ଆସୁନାହିଁ। ତେଣୁ ଦୋଷୀମାନଙ୍କୁ ମୃତୁଦଣ୍ଡାଦେଶ ଦିଆଯିବନି। ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ୪ ଦୋଷୀ ହେଉଛନ୍ତି ରବି କପୁର, ଅମିତ ଶୁକ୍ଳା,ବଲଜିତ […]
ନୂଆଦିଲ୍ଲୀ : ୨୦୦୮ ମସିହାରେ ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଆଜି ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ ପଞ୍ଚମ ଦୋଷୀକୁ କୋର୍ଟ ୩ ବର୍ଷ ପାଇଁ ଜେଲ୍ ପଠାଇ ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ଅପରାଧ ବିରଳରୁ ଅତି ବିରଳ ଶ୍ରେଣୀ ଅଧୀନରେ ଆସୁନାହିଁ। ତେଣୁ ଦୋଷୀମାନଙ୍କୁ ମୃତୁଦଣ୍ଡାଦେଶ ଦିଆଯିବନି। ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ୪ ଦୋଷୀ ହେଉଛନ୍ତି ରବି କପୁର, ଅମିତ ଶୁକ୍ଳା,ବଲଜିତ ମଲିକ ଏବଂ ଅଜୟ କୁମାର। ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀ ଏହି ମାମଲାରେ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ କେବଳ ସହଯୋଗ କରିଥିବାରୁ ତାଙ୍କୁ ୩ ବର୍ଷ ଜେଲ୍ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୮ ସେପ୍ଟେମ୍ବର ୩୦ ତାରିଖରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା କରାଯାଇଥିଲା। ସୌମ୍ୟା ବିଶ୍ବନାଥନ ହେଡଲାଇନ୍ସ ଟୁଡେ’ର ନ୍ୟୁଜ୍ ପ୍ରଡ୍ୟୁସର ଥିଲେ। କାମ ସାରି ସେ ତାଙ୍କ ବସନ୍ତ କୁଞଜ ସ୍ଥିତ ବାସଭବନକୁ ଫେରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା।




