ସାମ୍ବାଦିକଙ୍କୁ ଆକ୍ରମଣ କରିବାରୁ ତେଲୁଗୁ ଅଭିନେତା ମୋହନ ବାବୁଙ୍କ ବିରୋଧରେ ମାମଲା

ହାଇଦ୍ରାବାଦ: ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ପୂର୍ବତନ ସାଂସଦ ମୋହନ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଗତକାଲି ମୋହନ ବାବୁଙ୍କ ସାନ ପୁଅ ମଞ୍ଚୁ ମନୋଜ ବଳପୂର୍ବକ ତାଙ୍କ ବାପାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମୋହନ ବାବୁ ତାଙ୍କୁ ଘରେ ପୂରାଇଦେଇନଥିଲେ। ଏହି ଘଟଣାର ଖବର ସଂଗ୍ରହ କରିବାକୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଜମା ହୋଇଥିଲେ। […]

Samaya Live Picture
Published On

ହାଇଦ୍ରାବାଦ: ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ପୂର୍ବତନ ସାଂସଦ ମୋହନ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁସାରେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଗତକାଲି ମୋହନ ବାବୁଙ୍କ ସାନ ପୁଅ ମଞ୍ଚୁ ମନୋଜ ବଳପୂର୍ବକ ତାଙ୍କ ବାପାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମୋହନ ବାବୁ ତାଙ୍କୁ ଘରେ ପୂରାଇଦେଇନଥିଲେ। ଏହି ଘଟଣାର ଖବର ସଂଗ୍ରହ କରିବାକୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଜମା ହୋଇଥିଲେ। ଏହି ସମୟରେ, ମୋହନ ବାବୁ ଜଣେ ସାମ୍ବାଦିକଙ୍କ ମାଇକ୍ରୋଫୋନ୍‌ ଛଡ଼ାଇ ନେଇ ଏଥିରେ ଉକ୍ତ ସାମ୍ବାଦିକଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଅଶାଳୀନ ଓ ଅଭଦ୍ର ଭାଷ‌ାରେ ଗାଳିଗୁଲଜ କରିଥିଲେ। ଏନେଇ ସାମ୍ବାଦିକ ଜଣକ ପାହାଡ଼ି ସରିଫ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ପୁଲିସ ବିଏନ୍‌ଏସ୍‌ର ଧାରା ୧୧୮(୧) ଅନୁସାରେ ଏକ ମାମଲା ରୁଜୁ କରିଛି।

Tags: