ସାମାନ୍ୟ ବର୍ଷାରେ ଜି-୨୦ କାର୍ଯ୍ୟସ୍ଥଳ ଜଳମଗ୍ନ ଅଭିଯୋଗ ଖଣ୍ଡନ କଲେ କେନ୍ଦ୍ର ସରକାର -‘ ଅତିରଞ୍ଜିତ, ବିଭ୍ରାନ୍ତିକର’
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀର ଦ୍ବିତୀୟ ଦିନରେ ତଥା ରବିବାର ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜି-୨୦ ସମ୍ମିଳନୀ କାର୍ଯ୍ୟସ୍ଥଳ ଜଳମଗ୍ନ ହୋଇଥିଲା ବୋଲି ଅଭିଯୋଗ ହୋଇଛି। କଂଗ୍ରେସ ଏବଂ ଟିଏମ୍ସି ସଦସ୍ୟମାନେ ଏନେଇ ଅଭିଯୋଗ କରିଥିଲେ ଏବଂ ବିଜେପି ସରକାର ଉପରେ ବର୍ଷିଥିଲେ। କାର୍ଯ୍ୟସ୍ଥଳ ଜଳମଗ୍ନ ହେବାର ଭିଡିଓ ମଧ୍ୟ ସୋସିଆଲ ମିଡି୍ଆରେ ଭାଇରାଲ୍ ହୋଇଛି। ତେବେ ଏହି ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ […]
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀର ଦ୍ବିତୀୟ ଦିନରେ ତଥା ରବିବାର ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜି-୨୦ ସମ୍ମିଳନୀ କାର୍ଯ୍ୟସ୍ଥଳ ଜଳମଗ୍ନ ହୋଇଥିଲା ବୋଲି ଅଭିଯୋଗ ହୋଇଛି। କଂଗ୍ରେସ ଏବଂ ଟିଏମ୍ସି ସଦସ୍ୟମାନେ ଏନେଇ ଅଭିଯୋଗ କରିଥିଲେ ଏବଂ ବିଜେପି ସରକାର ଉପରେ ବର୍ଷିଥିଲେ। କାର୍ଯ୍ୟସ୍ଥଳ ଜଳମଗ୍ନ ହେବାର ଭିଡିଓ ମଧ୍ୟ ସୋସିଆଲ ମିଡି୍ଆରେ ଭାଇରାଲ୍ ହୋଇଛି। ତେବେ ଏହି ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ବୋଲି ସରକାର କହିଛନ୍ତି। ବର୍ଷା ଯୋଗୁଁ କାର୍ଯ୍ୟସ୍ଥଳର ଖୋଲାସ୍ଥାନରେ କିଛି ପାଣି ଜମିଥିଲା। କିନ୍ତୁ ପମ୍ପ୍ଦ୍ବାରା ଏହାକୁ ଖାଲି କରାଯାଇଥିଲା ବୋଲି ସରକାର କହିଛନ୍ତି। ଭାରତ ମଣ୍ଡପମରେ ଗୋଟିଏ ବର୍ଷାରେ ବର୍ଷାଜଳ ଜମିବା ବିଷୟକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାପରେ ସରକାର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।




