ସାମାଜିକ ଗଣମାଧ୍ୟମରେ କିଏ ଲୋକପ୍ରିୟ? ମୋଦୀ ନା’ ରାହୁଲ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ କିଏ ଅଧିକ ଲୋକପ୍ରିୟ ସେନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଲୋକସଭାରେ ରାହୁଲ ଗାନ୍ଧି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖୁଥିଲେ ତାହାର ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ତୁଳନାରେ ରାହୁଲ ଗାନ୍ଧିଙ୍କ ଭାଷଣକୁ ଅଧିକ ଲୋକ […]

Samaya Live Picture
Published On

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ
ମଧ୍ୟରେ କିଏ ଅଧିକ ଲୋକପ୍ରିୟ ସେନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଲୋକସଭାରେ ରାହୁଲ ଗାନ୍ଧି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖୁଥିଲେ ତାହାର ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ତୁଳନାରେ ରାହୁଲ ଗାନ୍ଧିଙ୍କ ଭାଷଣକୁ ଅଧିକ ଲୋକ ଦେଖିଛନ୍ତି। ଦଳ ପକ୍ଷରୁ ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁଳନାତ୍ମକ ଟ୍ବିଟ ତଥ୍ୟକୁ ମଧ୍ୟ ପ୍ରକାଶ କରାଯାଇଛି। କଂଗ୍ରେସର ସୋସିଆଲ ମିଡିଆ ଟିମ୍‌ ଅନୁଯାୟୀ, ରାହୁଲ ଗାନ୍ଧିଙ୍କ ଶେଷ ୩୦ଟି ଟ୍ବିଟ୍‌କୁ ୪୮.୧୩ ନିୟୁତ ଇମ୍ପ୍ରେସନ ମିଳିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ୩୦ଟି ଟ୍ବିଟକୁ କେବଳ ୨୧.୫୯ ନିୟୁତ ଇମ୍ପ୍ରେସନ ମିଳିଛି।
କଂଗ୍ରେସର ଏହି ଦାବି ଉପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି। ଶାସକ ଦଳ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ୍ସ (ପୂର୍ବର ଟ୍ବିଟର) ଆକାଉଣ୍ଟରେ ଗତ ୧ ମାସ ମଧ୍ୟରେ ପ୍ରାୟ ୭୯.୯ ଲକ୍ଷ ଏନଗେଜ୍‌ମେଣ୍ଟ୍‌ ରେକର୍ଡ କରାଯାଇଛି। କିନ୍ତୁ ରାହୁଲଙ୍କ ଆକାଉଣ୍ଟ ଏହି ସମୟ ମଧ୍ୟରେ ପ୍ରାୟ ୨୩.୪୩ ଲକ୍ଷ ଏନଗେଜମେଣ୍ଟ୍‌ ଦେଖିବାକୁ ମିଳିଛି। ବିଜେପି ଏହା ମଧ୍ୟ କହିଛି ଯେ ଗତ ୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫେସବୁକ ଆକାଉଣ୍ଟରେ ପ୍ରାୟ ୫୭.୮୯ ଲକ୍ଷ ଏନଗେଜମେଣ୍ଟ ଦେଖିବାକୁ ମିଳିଛି। କିନ୍ତୁ କଂଗ୍ରେସର ପୂର୍ବତନ ମୁଖ୍ୟଙ୍କ କ୍ଷେତ୍ରରେ ଏହା ପ୍ରାୟ ୨୮.୩୮ ଲକ୍ଷ ରହିଛି। ଲୋକପ୍ରିୟତା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ବହୁ ଆଗରେ ଅଛନ୍ତି ବୋଲି ବିଜେପି କହିଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫେସବୁକ ଆକାଉଣ୍ଟରେ ପ୍ରାୟ ୩.୨୫ କୋଟି ଏନଗେଜମେଣ୍ଟ ମିଳିଛି। ଅନ୍ୟପକ୍ଷରେ ରାହୁଲଙ୍କ କ୍ଷେତ୍ରରେ ଏହା ପ୍ରାୟ ୧.୮୮ କୋଟି ରହିଛି। ବିଜେପି ଏହା ମଧ୍ୟ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଗତ ମାସକ ମଧ୍ୟରେ ପ୍ରାୟ ୨୫.୪୬ କୋଟି ଭିୟ୍ୟୁ ମିଳିଥିବା ରାହୁଲଙ୍କ ୟୁଟ୍ୟୁବ ଚ୍ୟାନେଲକୁ ପ୍ରାୟ ୨୫.୩୮ କୋଟି ଭିୟୁ ମିଳିଛି।

Tags: