ସାବତ ମା’ ସାର୍ଟ ପିନ୍ଧିବାକୁ ଦେଲେନି, ଥାନାରେ ନାବାଳକଙ୍କ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ
ଏଲୁରୁ: ସାଙ୍ଗର ଜନ୍ମଦିନ ପାର୍ଟି ଯିବାପାଇଁ ସାବତ ମା’ ସାର୍ଟ ପିନ୍ଧିବାକୁ ନଦେବାରୁ ଆନ୍ଧ୍ରପ୍ରଦେଶର ଜଣେ ନାବାଳକ ଥାନାକୁ ଯାଇଛନ୍ତି ଏବଂ ସାବତମା’ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବାପରେ ନାବାଳକ ଜଣଙ୍କ ତାଙ୍କ ସାବତ ମା’ଙ୍କ ଦ୍ବାରା କିଭଳି ନିର୍ଯାତନାର ଶିକାର ହୋଇଛନ୍ତି ତାହା ପର୍ଦ୍ଦାଫାସ ହୋଇଛି। ଏଲୁଜୁ ସହରର କୋଠାପେଟ ଅଞ୍ଚଳରେ ଏହି ଘଟଣା ଘଟିଛି। ନାବାଳକ ଜଣଙ୍କ ଏକ ସରକାରୀ ସ୍କୁଲ୍ରେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ନିଜ […]
ଏଲୁରୁ: ସାଙ୍ଗର ଜନ୍ମଦିନ ପାର୍ଟି ଯିବାପାଇଁ ସାବତ ମା’ ସାର୍ଟ ପିନ୍ଧିବାକୁ ନଦେବାରୁ ଆନ୍ଧ୍ରପ୍ରଦେଶର ଜଣେ ନାବାଳକ ଥାନାକୁ ଯାଇଛନ୍ତି ଏବଂ ସାବତମା’ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବାପରେ ନାବାଳକ ଜଣଙ୍କ ତାଙ୍କ ସାବତ ମା’ଙ୍କ ଦ୍ବାରା କିଭଳି ନିର୍ଯାତନାର ଶିକାର ହୋଇଛନ୍ତି ତାହା ପର୍ଦ୍ଦାଫାସ ହୋଇଛି। ଏଲୁଜୁ ସହରର କୋଠାପେଟ ଅଞ୍ଚଳରେ ଏହି ଘଟଣା ଘଟିଛି। ନାବାଳକ ଜଣଙ୍କ ଏକ ସରକାରୀ ସ୍କୁଲ୍ରେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ନିଜ ସାଙ୍ଗ ଜନ୍ମଦିନ ପାର୍ଟିରେ ଯୋଗ ଦେବାପାଇଁ ସେ ତାଙ୍କ ସାବତ ମା’ ଲକ୍ଷ୍ମୀଙ୍କୁ ସାର୍ଟ ମାଗିଥିଲେ। କିନ୍ତୁ ଲକ୍ଷ୍ମୀ ସାର୍ଟ ଦେଇନଥିଲେ। ଏଥିରେ ରାଗିଯାଇ ନାବାଳକ ଜଣଙ୍କ ଟାୱେଲ ପିନ୍ଧି ସିଧା ଯାଇ ଥାନାରେ ପହଞ୍ଚିଲେ ଏବଂ ପୁଲିସରେ ଏତଲା ଦେଲେ। ନାବାଳକଙ୍କ ସାହସ ଦେଖି ପୁଲିସ ଉକ୍ତ ମାମଲାରେ ତତ୍ପରତା ଦେଖାଇଥିଲା ଏବଂ ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ନାବାଳକଙ୍କ ମା’ଙ୍କୁ ଜେରା କରିଥିଲା। ଜେରାରୁ ଜଣାପଡ଼ିଥିଲା ଯେ ନାବାଳକ ଜଣଙ୍କ ତାଙ୍କ ସାବତ ମା’ଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛନ୍ତି।




