ସାପ୍ତାହିକ ସଂକ୍ରମଣରେ ୨୭ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ କମୁଛି। ପୂର୍ବ ସପ୍ତାହ ତୁଳନାରେ ଗତ ୭ ଦିନରେ ଦେଶରେ ସଂକ୍ରମଣ ମାମଲାରେ ୨୭ ପ୍ରତିଶତ ହ୍ରାସ ହୋଇଛି। ୧୩ ସପ୍ତାହ ପରେ ଦେଶରେ ସାପ୍ତାହିକ ସଂକ୍ରମଣ ହ୍ରାସ ହୋଇଛି। ସେହିପରି ମୃତ୍ୟୁ, ସକ୍ରିୟ ମାମଲା ଏବଂ ପଜିଟିଭ ହାର ମଧ୍ୟ କମିଛି। ଗତ ୭ ଦିନରେ ଦେଶରେ କରୋନା ମୃତ୍ୟୁ ୧୩୧ ଥିବାବେଳେ ଏହାର ପୂର୍ବ ସପ୍ତାହରେ କରୋନା ମୃତ୍ୟୁ ୧୬୦ ଥିଲା। ସେହିପରି ମେ’ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ କମୁଛି। ପୂର୍ବ ସପ୍ତାହ ତୁଳନାରେ ଗତ ୭ ଦିନରେ ଦେଶରେ ସଂକ୍ରମଣ ମାମଲାରେ ୨୭ ପ୍ରତିଶତ ହ୍ରାସ ହୋଇଛି। ୧୩ ସପ୍ତାହ ପରେ ଦେଶରେ ସାପ୍ତାହିକ ସଂକ୍ରମଣ ହ୍ରାସ ହୋଇଛି। ସେହିପରି ମୃତ୍ୟୁ, ସକ୍ରିୟ ମାମଲା ଏବଂ ପଜିଟିଭ ହାର ମଧ୍ୟ କମିଛି। ଗତ ୭ ଦିନରେ ଦେଶରେ କରୋନା ମୃତ୍ୟୁ ୧୩୧ ଥିବାବେଳେ ଏହାର ପୂର୍ବ ସପ୍ତାହରେ କରୋନା ମୃତ୍ୟୁ ୧୬୦ ଥିଲା। ସେହିପରି ମେ’ ୨୩-୨୯ ସପ୍ତାହରେ ଦେଶରେ ସଂକ୍ରମଣ ମାମଲା ୫୩,୭୩୭ ରହିଛି। ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ମାମଲାରେ ୭୩,୮୭୩ ଥିଲା। ଅନ୍ୟପକ୍ଷେ ଦେଶରେ ଆଜି ୪,୨୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ମାମଲା ୪୭,୨୪୬କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୫୪୭ରେ ପହଞ୍ଚିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି।




