ସାନ୍‌ ଫ୍ରାନ୍ସିକୋରେ ୪.୩ ତୀବ୍ରତାର ଭୂମିକମ୍ପ

ସାନ୍‌ ଫ୍ରାନ୍ସିକୋ: ଆମେରିକାର ସାନ୍‌ ଫ୍ରାନ୍ସିକୋରେ ସୋମବାର ୪.୩ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ବହୁ ଲୋକ ଅନୁଭବ କରିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ରାତି ୩ଟାରେ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ର ବର୍କ‌େଲେ ରହିଥିଲା। ଏଥିରେ କୌଣସି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ। ତେବେ ଭୂକମ୍ପ ଯୋଗୁ ଘରର ଛୋଟ ଛୋଟ ଜିନିଷ ଥରି ଉଠିଥିଲା। ଲୋକମାନେ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଛାଡ଼ିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ […]

ସାନ୍‌ ଫ୍ରାନ୍ସିକୋରେ ୪.୩ ତୀବ୍ରତାର ଭୂମିକମ୍ପ
Samaya Live Picture
Published On

ସାନ୍‌ ଫ୍ରାନ୍ସିକୋ: ଆମେରିକାର ସାନ୍‌ ଫ୍ରାନ୍ସିକୋରେ ସୋମବାର ୪.୩ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ବହୁ ଲୋକ ଅନୁଭବ କରିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ରାତି ୩ଟାରେ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ର ବର୍କ‌େଲେ ରହିଥିଲା। ଏଥିରେ କୌଣସି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ। ତେବେ ଭୂକମ୍ପ ଯୋଗୁ ଘରର ଛୋଟ ଛୋଟ ଜିନିଷ ଥରି ଉଠିଥିଲା। ଲୋକମାନେ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଛାଡ଼ିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ରୁଷ୍‌ର କାମଚଟକା ଅଞ୍ଚଳରେ ବଡ଼ଧରଣର ଭୂମିକମ୍ପ ଆସିଥିବା‌ବେଳେ ସୁନାମି ଚେତାବନୀ ଜାରି କରାଯାଇଥିଲା।

Tags: