ସାନ୍ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିଆଁ ଲଗାଇଦେଲେ ଖଲିସ୍ତାନୀ ସମର୍ଥକ
ୱାସିଂଟନ : ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ନିଆଁ ଲଗାଇ ଦେଇଛନ୍ତି। ୫ ମାସରେ ଭାରତୀୟ ଦୂତାବାସ ଉପରେ ଏହା ଦ୍ବିତୀୟ ଆକ୍ରମଣ। ଗତ ମାର୍ଚ୍ଚରେ ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଥିଲେ। ଏଭଳି କାର୍ଯ୍ୟକୁ ଆମେରିକା କଡ଼ା ନିନ୍ଦା କରିଛି। ଭାରତୀୟ ଦୂତାବାସ ହୁତୁହୁତୁ ହୋଇ ଜଳୁଥିବାର ଭିଡିଓ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ଦ୍ବାରା ଜାରି ହୋଇଛି। ଭାରତ ମଧ୍ୟ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛି। ଉକ୍ତ […]
ୱାସିଂଟନ : ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ନିଆଁ ଲଗାଇ ଦେଇଛନ୍ତି। ୫ ମାସରେ ଭାରତୀୟ ଦୂତାବାସ ଉପରେ ଏହା ଦ୍ବିତୀୟ ଆକ୍ରମଣ। ଗତ ମାର୍ଚ୍ଚରେ ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଥିଲେ। ଏଭଳି କାର୍ଯ୍ୟକୁ ଆମେରିକା କଡ଼ା ନିନ୍ଦା କରିଛି। ଭାରତୀୟ ଦୂତାବାସ ହୁତୁହୁତୁ ହୋଇ ଜଳୁଥିବାର ଭିଡିଓ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ଦ୍ବାରା ଜାରି ହୋଇଛି। ଭାରତ ମଧ୍ୟ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛି। ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସାନ ଫ୍ରାନସିସ୍କୋ ଅଗ୍ନି ନିର୍ବାାପକ ଦଳ ନିଆଁକୁ ନିୟନ୍ତ୍ରଣ କରିଦେଇଛନ୍ତି। ଆମେରିକା ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛି। ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଆମେରିକାରେ କୌଣସି ବିଦେଶୀ ଅନୁଷ୍ଠାନ ବିରୋଧରେ ଏଭଳି ହିଂସା ଏବଂ ଆକ୍ରମଣ ଅଗ୍ରହଣୀୟ। ଏହା ଏକ ଅପରାଧ।




