ସାନ୍‌ ଡିଏଗୋରେ ବିମାନ ଖସି ୨ମୃତ, ୧୫ ଘର ଜଳିଗଲା

ୱାସିଂଟନ୍‌: ସାନ୍‌ ଡିଏଗୋରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଘରୋଇ ବିମାନ ଖସି ପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ୧୫ ଘର ଜଳିଯାଇଛି। ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବ‌ା ଜଣାପଡ଼ିଛି। ସାନ୍‌ ଡିଏଗୋ ପୁଲିସ ବିଭାଗ ଅନୁଯାୟୀ ୩ଟି ରାସ୍ତା ଖାଲି କରାଯାଇଛି ଏବଂ ଜନସାଧାରଣ ଯଦି ରାସ୍ତାରେ ବିମାନର କୌଣସି ଭଗ୍ନାଂଶ ପାଆନ୍ତି ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ […]

ସାନ୍‌ ଡିଏଗୋରେ ବିମାନ ଖସି  ୨ମୃତ, ୧୫ ଘର ଜଳିଗଲା
Samaya Live Picture
Published On

ୱାସିଂଟନ୍‌: ସାନ୍‌ ଡିଏଗୋରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଘରୋଇ ବିମାନ ଖସି ପଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ୧୫ ଘର ଜଳିଯାଇଛି। ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବ‌ା ଜଣାପଡ଼ିଛି। ସାନ୍‌ ଡିଏଗୋ ପୁଲିସ ବିଭାଗ ଅନୁଯାୟୀ ୩ଟି ରାସ୍ତା ଖାଲି କରାଯାଇଛି ଏବଂ ଜନସାଧାରଣ ଯଦି ରାସ୍ତାରେ ବିମାନର କୌଣସି ଭଗ୍ନାଂଶ ପାଆନ୍ତି ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାପାଇଁ କୁହାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ଫଳରେ ଏହା ଏକାଧିକ ଘରେ ମାଡ଼ ହୋଇଥିଲା। ‌ଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ଅନେକ କାର୍‌ ଏବଂ ଘର ଜଳି ଯାଉଛି । ଏଫ୍‌ଏଏ (‌ଫେଡେରାଲ୍‌ ଏଭିଏସନ ଆଡମିନିଷ୍ଟ୍ରେସନ୍‌ ) ଅନୁଯାୟୀ ‘ସେସ୍‌ନା ୫୫୦’ ବିମାନ ମଣ୍ଟଗୋମେରି ଗିବ୍ସ ଏକ୍‌ଜିକ୍ୟୁଟିଭ୍‌ ବିମାନବନ୍ଦର ନିକଟରେ ଖସି ପଡ଼ିଛି।

Tags: