ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରାତି ସାରା ଗୁଳିଗୋଳା ମାଡ଼ କରିଛି ପାକ୍ ସେନା
ନୂଆଦିଲ୍ଲୀ : ଜମ୍ମୁ ସେକ୍ଟରର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଉତ୍ତେଜନା ବଢ଼ିଛି। ପାକିସ୍ତାନ ରେଞ୍ଜର୍ସମାନେ ଗତକାଲି ରାତିରେ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଅତର୍କିତ ଗୁଳିଗୋଳା ମାଡ଼ କରିଛନ୍ତି। ପାକ୍ ରେଞ୍ଜର୍ସମାନେ ଗତକାଲି ରାତିସାରା ଅନ୍ତର୍ଜାତୀୟ ସୀମା ନିକଟସ୍ଥ ସୀମା ଆଉଟପୋଷ୍ଟ୍ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ମୋର୍ଟାର ମାଡ଼ କରିଛନ୍ତି। ବିଏସ୍ଏଫ ମଧ୍ୟ ଜମ୍ମୁ ସେକ୍ଟରର ଆଗୁଆ ପୋଷ୍ଟ୍ରୁ ଏହାର କଡ଼ା ଜବାବ ଦେଇ ପାଲଟା […]
ନୂଆଦିଲ୍ଲୀ : ଜମ୍ମୁ ସେକ୍ଟରର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଉତ୍ତେଜନା ବଢ଼ିଛି। ପାକିସ୍ତାନ ରେଞ୍ଜର୍ସମାନେ ଗତକାଲି ରାତିରେ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଅତର୍କିତ ଗୁଳିଗୋଳା ମାଡ଼ କରିଛନ୍ତି। ପାକ୍ ରେଞ୍ଜର୍ସମାନେ ଗତକାଲି ରାତିସାରା ଅନ୍ତର୍ଜାତୀୟ ସୀମା ନିକଟସ୍ଥ ସୀମା ଆଉଟପୋଷ୍ଟ୍ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ମୋର୍ଟାର ମାଡ଼ କରିଛନ୍ତି। ବିଏସ୍ଏଫ ମଧ୍ୟ ଜମ୍ମୁ ସେକ୍ଟରର ଆଗୁଆ ପୋଷ୍ଟ୍ରୁ ଏହାର କଡ଼ା ଜବାବ ଦେଇ ପାଲଟା ଆକ୍ରମଣ କରିଛି। ବିଏସଏଫ୍ ପକ୍ଷରୁ ଏନେଇ ଏକ ବିବୃତି ଜାରି ହୋଇଛି। ବିଏସଏଫ୍ ଅନୁଯାୟୀ ଅକ୍ଟୋବର ୨୬, ଗୁରୁବାର ରାତି ୯.୧୫ ସମୟରେ ପାକ୍ ସେନା ବର୍ଡର ଆଉଟପୋଷ୍ଟ୍ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ମୋର୍ଟାର ମାଡ଼ କରିଛି। ଆର୍ନିଆ ଅଞ୍ଚଳରେ କିଛି ମୋର୍ଟାର ମାଡ଼ ହୋଇଛି ଏବଂ ଏଥିଯୋଗୁଁ ଜଣେ ମହିଳା ଆହତ ହୋଇଛନ୍ତି। ବିଏସଏଫ ଅନୁଯାୟୀ ପାକ ରେଞ୍ଜର୍ସମାନେ ହେଭି ମେସିନ ଗନ୍ରୁ ଗୁଳିମାଡ଼ କରି ଆମ ପୋଷ୍ଟ୍କୁ ଟାର୍ଗେଟ୍ କରିଥିଲେ। ବିଏସଏଫ୍ ମଧ୍ୟ ଏହାର କଡ଼ା ଜବାବ ଦେଇଛି।




