ସାଧାରଣତନ୍ତ୍ର ଦିବସ ପରେଡ୍ରେ ୧୦ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅତିଥି ଭାବେ ୧୦ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏହି ତାଲିକାରେ ଭାରତର ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଥିବା ବ୍ୟକ୍ତିବିଶେଷ, ସରକାରଙ୍କ ଲକ୍ଷ୍ୟ ହାସଲ କରିଥିବା ପଞ୍ଚାୟତର ସରପଞ୍ଚ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଆୟ ବଢ଼ାଇଥିବା ବ୍ୟକ୍ତି ବିଶେଷ, ନିଯୁକ୍ତି ବୃଦ୍ଧି, ସ୍ବାସ୍ଥ୍ୟ, ଜଳ-ପରିମଳ ଓ ପରିବେଶର ସୁରକ୍ଷା […]
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅତିଥି ଭାବେ ୧୦ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏହି ତାଲିକାରେ ଭାରତର ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଥିବା ବ୍ୟକ୍ତିବିଶେଷ, ସରକାରଙ୍କ ଲକ୍ଷ୍ୟ ହାସଲ କରିଥିବା ପଞ୍ଚାୟତର ସରପଞ୍ଚ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଆୟ ବଢ଼ାଇଥିବା ବ୍ୟକ୍ତି ବିଶେଷ, ନିଯୁକ୍ତି ବୃଦ୍ଧି, ସ୍ବାସ୍ଥ୍ୟ, ଜଳ-ପରିମଳ ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ପଞ୍ଚାୟତିରାଜ ଅନୁଷ୍ଠାନ ସହ ଗୋଷ୍ଠୀଭିତ୍ତିକ ସଂଗଠନ ମଧ୍ୟରେ ସମନ୍ବୟ ରକ୍ଷା କରିଥିବା ବ୍ୟକ୍ତି , ଲିଙ୍ଗଗତ ବୈଷମ୍ୟ ହ୍ରାସ ଆଦିରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି, ପ୍ରଧାନମନ୍ତ୍ରୀ-ଜନମନ ମିସନର ପ୍ରତିଯୋଗୀ, ଆଦିବାସୀ କଳାକାର, ବନଧନ ବିକାଶ ଯୋଜନା ସଦସ୍ୟ, ଆଶାକର୍ମୀ, ‘ମୋ ଭାରତ ସ୍ବେଚ୍ଛାସେବୀ’ଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିଭଳି ବିପର୍ଯ୍ୟୟ ମୁକାବିଲା କର୍ମୀ, ଜଳ ସମିତି, ଜଙ୍ଗଲ ସୁରକ୍ଷା ସ୍ବେଚ୍ଛାସେବୀ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ପ୍ରଧାନମନ୍ତ୍ରୀ କୁସୁମ ସ୍ବେଚ୍ଛାସେବୀ ଆଦିଙ୍କୁ ପ୍ରଥମ ଥର ନିମନ୍ତେ ପରେଡ୍ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି।




