ସାଧାରଣତନ୍ତ୍ର ଦିବସରେ ଆମେରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ୨୦୨୪ ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ନିମନ୍ତ୍ରଣ କରିଛନ୍ତି। ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି। ନିକଟରେ ଶେଷ ହୋଇଥିବା ଜି-୨୦ ସମ୍ମିଳନୀ ଅବସରରେ ମୋଦୀ ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ମୋଦୀ ବାଇଡେନ୍ଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ କରିଛନ୍ତି। ଭାରତକୁ ଆମେରିକାର ଆମ୍ବାସାଡର ଏରିକ ଗାରସେଟ୍ଟି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏକ ସୂତ୍ରରୁ ଜଣାପଡ଼ିଥିଲା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ୨୦୨୪ ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ନିମନ୍ତ୍ରଣ କରିଛନ୍ତି। ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି। ନିକଟରେ ଶେଷ ହୋଇଥିବା ଜି-୨୦ ସମ୍ମିଳନୀ ଅବସରରେ ମୋଦୀ ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ମୋଦୀ ବାଇଡେନ୍ଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ କରିଛନ୍ତି। ଭାରତକୁ ଆମେରିକାର ଆମ୍ବାସାଡର ଏରିକ ଗାରସେଟ୍ଟି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏକ ସୂତ୍ରରୁ ଜଣାପଡ଼ିଥିଲା ଯେ ଭାରତ ସାଧାରଣତନ୍ତ୍ର ଦିବସ ପାଇଁ କ୍ବାଡ୍ ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ ପାଇଁ ଯୋଜନା କରିଥିଲା। ଭାରତ ଏବଂ ଆମେରିକା ବାଦ୍ କ୍ବାଡ୍ର ଅନ୍ୟ ୨ ସଦସ୍ୟ ରାଷ୍ଟ୍ର ହେଉଛନ୍ତି ଅଷ୍ଟ୍ରେଲିଆ ଏବଂ ଜାପାନ। ଉଲ୍ଲେଖଯୋଗ୍ୟ, ଭାରତ ୨୦୧୮ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ନିମନ୍ତ୍ରଣ କରିଥିଲା। କିନ୍ତୁ ଟ୍ରମ୍ପ୍ କିଛି ଘରୋଇ କାରଣ ପାଇଁ ଭାରତର ଏହି ନିମନ୍ତ୍ରଣକୁ ଗ୍ରହଣ କରିନଥିଲେ। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଥିଲେ। ୨୦୧୫ରେ ବାରାକ୍ ଓବାମା ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।




