ସାଟେଲାଇଟ୍‌ ଚିତ୍ରରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ୍‌ର ବସତି ନିର୍ମାଣ ଉଦ୍ୟମ ଧରାପଡ଼ିଲା

ନୂଆଦିଲ୍ଲୀ: ଏକ ସାଟେଲାଇଟ୍ ଚିତ୍ରରୁ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଏକ ବିଶାଳ ଚୀନ୍ ବସତି ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଏହି ବସତି ଭାରତ ଓ ଚୀନ୍ ସେନା ମଧ୍ୟରେ ୨୦୨୦ରେ ହୋଇଥିବା ମୁହାଁମୁହିଁ ସ୍ଥଳଠାରୁ ପ୍ରାୟ ୩୮ କିଲୋମିଟର ପୂର୍ବରେ ଭାରତର ଆଞ୍ଚଳିକ ଦାବି ବାହାରେ ଅବସ୍ଥିତ। ବିଶ୍ୱର ସର୍ବୋଚ୍ଚ ଲୁଣାପାଣି ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ, ଚୀନ୍-ଅଧିକୃତ ତିବ୍ବତ ଓ ଦୁଇ ଦେଶ ମଧ୍ୟରେ ବିବାଦୀୟ ସୀମା ଦେଇ ବିସ୍ତୃତ। ଅକ୍ଟୋବର ୯ […]

Samaya Live Picture
Published On

ନୂଆଦିଲ୍ଲୀ: ଏକ ସାଟେଲାଇଟ୍ ଚିତ୍ରରୁ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଏକ ବିଶାଳ ଚୀନ୍ ବସତି ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଏହି ବସତି ଭାରତ ଓ ଚୀନ୍ ସେନା ମଧ୍ୟରେ ୨୦୨୦ରେ ହୋଇଥିବା ମୁହାଁମୁହିଁ ସ୍ଥଳଠାରୁ ପ୍ରାୟ ୩୮ କିଲୋମିଟର ପୂର୍ବରେ ଭାରତର ଆଞ୍ଚଳିକ ଦାବି ବାହାରେ ଅବସ୍ଥିତ। ବିଶ୍ୱର ସର୍ବୋଚ୍ଚ ଲୁଣାପାଣି ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ, ଚୀନ୍-ଅଧିକୃତ ତିବ୍ବତ ଓ ଦୁଇ ଦେଶ ମଧ୍ୟରେ ବିବାଦୀୟ ସୀମା ଦେଇ ବିସ୍ତୃତ।
ଅକ୍ଟୋବର ୯ ତାରିଖରେ ଆମେରିକାର ମାକ୍ସର ଟେକ୍ନୋଲୋଜି ଦ୍ୱାରା ଉତ୍ତୋଳିତ ଉପଗ୍ରହ ଚିତ୍ରରେ ପ୍ରାୟ ୧୭ ହେକ୍ଟର ଅଞ୍ଚଳରେ ଦ୍ରୁତ ଗତିରେ ଏହି ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ୪୩୪୭ ମିଟର ଉଚ୍ଚତାରେ ୟେମାଗୁ ରୋଡ୍ ନିକଟରେ ଅବସ୍ଥିତ ଏହି ସ୍ଥାନରେ ନିର୍ମାଣ ଓ ମାଟିତଡ଼ା ଯନ୍ତ୍ରପାତି ଭର୍ତ୍ତି ହୋଇ ରହିଛି। ତକ୍ଷଶିଳା ଅନୁଷ୍ଠାନର ଜିଓସ୍ପେସିଆଲ ରିସର୍ଚ୍ଚ ପ୍ରୋଗ୍ରାମର ପ୍ରଫେସର ତଥା ମୁଖ୍ୟ ୱାଇ ନିତ୍ୟାନନ୍ଦମ୍‌ଙ୍କ କହିବା ଅନୁଯାୟୀ, ଆବାସିକ ଢାଞ୍ଚା ଓ ବୃହତ୍ ପ୍ରଶାସନିକ କୋଠା ସମେତ ୧୦୦ରୁ ଅଧିକ କୋଠା ନିର୍ମାଣ କରାଯାଉଛି। ପାର୍କ କିମ୍ବା କ୍ରୀଡ଼ା ସୁବିଧା ଲାଗି ଭବିଷ୍ୟତରେ ସମ୍ଭାବ୍ୟ ବ୍ୟବହାର ପାଇଁ ଖୋଲା ସ୍ଥାନ ଓ ସମତଳ ଜମି ରହିଛି। ଦକ୍ଷିଣ-ପୂର୍ବ କୋଣରେ ୧୫୦ ମିଟର ଲମ୍ବର ଏକ ଆୟତାକାର ପଟି ମଧ୍ୟ ଦେଖିବାକୁ ମିଳୁଛି ଯାହା ହେଲିକପ୍ଟର ପ୍ୟାଡ୍‌ଭାବେ ପ୍ରସ୍ତୁତ ହୋଇପାରେ ବୋଲି ଅନୁମାନ କରାଯାଉଛି।

Tags: