ସାଙ୍ଗର ଜନ୍ମଦିନ ପାର୍ଟି ମନାଇବାକୁ ଯାଇ ସାଙ୍ଗକୁ ମାରିଦେଲେ ୪ ସାଙ୍ଗ
ନୂଆଦିଲ୍ଲୀ: ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ତାଙ୍କ ଜନ୍ମଦିନରେ ହତ୍ୟା କରାଯାଇଛି। ଉକ୍ତ ଯୁବକଙ୍କ ୪ ଜଣ ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଛନ୍ତି। ଏକ ଢାବାରେ ଜନ୍ମଦିନ ପାର୍ଟି ଚାଲିଥିଲା। ବିଲ୍ ଦେବାକୁ ନେଇ ବିବାଦ ହେବାରୁ ୪ ଜଣ ସାଙ୍ଗ ଯାହାର ଜନ୍ମଦିନ ପାର୍ଟି ଚାଲିଥିଲା ତାକୁ ହିଁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ମୁମ୍ବାଇର ଗୋବନ୍ଦି ସ୍ଥିତ ବୈଗନୱାଡ଼ିରେ ଏହି ଘଟଣା ଘଟିଛି। ପୁଲିସ ଉକ୍ତ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ […]
ନୂଆଦିଲ୍ଲୀ: ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ତାଙ୍କ ଜନ୍ମଦିନରେ ହତ୍ୟା କରାଯାଇଛି। ଉକ୍ତ ଯୁବକଙ୍କ ୪ ଜଣ ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଛନ୍ତି। ଏକ ଢାବାରେ ଜନ୍ମଦିନ ପାର୍ଟି ଚାଲିଥିଲା। ବିଲ୍ ଦେବାକୁ ନେଇ ବିବାଦ ହେବାରୁ ୪ ଜଣ ସାଙ୍ଗ ଯାହାର ଜନ୍ମଦିନ ପାର୍ଟି ଚାଲିଥିଲା ତାକୁ ହିଁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ମୁମ୍ବାଇର ଗୋବନ୍ଦି ସ୍ଥିତ ବୈଗନୱାଡ଼ିରେ ଏହି ଘଟଣା ଘଟିଛି। ପୁଲିସ ଉକ୍ତ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଦ୍ଧାର ଗୃହ ପଠାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ସବିର ଅନ୍ସାରି। ମେ’ ୩୧ ତାରିଖରେ ସେ ଏକ ରୋଡ୍ ସାଇଡ୍ ଢାବାରେ ତାଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ। ବିଲ୍ ୧୦ ହଜାର ହୋଇଯାଇଥିଲା। ବିଲ୍ ପୈଠ କରିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସବୀରଙ୍କୁ ତାଙ୍କ ୪ ଜଣ ସାଙ୍ଗ କହିଥିଲେ ଯେ ସେମାନେ ପରେ ଟଙ୍କା ଦେଇଦେବେ। ସବୀର ନିଜେ ବିଲ୍ ପୈଠ କରି ଘରକୁ ଫେରିଥିଲେ। ଏହା ପରେ ସେ ତାଙ୍କ ସାଙ୍ଗମାନଙ୍କ ପାଖକୁ ଟଙ୍କା ମାଗିବାକୁ ଯାଇଥିଲେ। କିନ୍ତୁ ସେମାନେ ମନା କରିଥିଲେ। ସବୀର ତାଙ୍କ ଅନ୍ୟ ସାଙ୍ଗମାନଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ସେମାନେ ସନ୍ଧ୍ୟାରେ ଏକ ସ୍କୁଲ୍ ନିକଟରେ ସବୀରଙ୍କ ପାଇଁ ଜନ୍ମଦିନ ପାର୍ଟି ଆୟୋଜନ କରିଥିବାବେଳେ ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।




