ସାଙ୍ଗକୁ ୨ ହଜାର ଟଙ୍କା ପଠାଇ ନିଜ ଆକାଉଣ୍ଟ୍ରେ ୭୫୩ କୋଟି ପାଇଲେ ଚେନ୍ନାଇ ଯୁବକ
ଚେନ୍ନାଇ: ଜଣେ ଚେନ୍ନାଇ ବାସିନ୍ଦାଙ୍କ ସହ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଚେନ୍ନାଇର ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ଆକାଉଣ୍ଟ୍କୁ ୨ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଏହାର ମାତ୍ର କିଛି ସମୟ ପରେ ସେ ତାଙ୍କ ନିଜ ଆକାଉଣ୍ଟକୁ ୭୫୩ କୋଟି ଟଙ୍କା ଆସିଥିବା ଜାଣିଥିଲେ। ଉକ୍ତ ଯୁବକଙ୍କ ନାଁ ମହମ୍ମଦ ଇଦ୍ରିସ । ସେ ଜଣେ ଫାର୍ମାସିଷ୍ଟ। କୋଟାକ ମହିନ୍ଦ୍ରା ମୋବାଇଲ ଆପ୍ ବ୍ୟବହାର କରି ସେ ତାଙ୍କ ସାଙ୍ଗ ଆକାଉଣ୍ଟ୍କୁ ଟଙ୍କା ପଠାଇଥିଲେ। […]
ଚେନ୍ନାଇ: ଜଣେ ଚେନ୍ନାଇ ବାସିନ୍ଦାଙ୍କ ସହ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଚେନ୍ନାଇର ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ଆକାଉଣ୍ଟ୍କୁ ୨ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଏହାର ମାତ୍ର କିଛି ସମୟ ପରେ ସେ ତାଙ୍କ ନିଜ ଆକାଉଣ୍ଟକୁ ୭୫୩ କୋଟି ଟଙ୍କା ଆସିଥିବା ଜାଣିଥିଲେ। ଉକ୍ତ ଯୁବକଙ୍କ ନାଁ ମହମ୍ମଦ ଇଦ୍ରିସ । ସେ ଜଣେ ଫାର୍ମାସିଷ୍ଟ। କୋଟାକ ମହିନ୍ଦ୍ରା ମୋବାଇଲ ଆପ୍ ବ୍ୟବହାର କରି ସେ ତାଙ୍କ ସାଙ୍ଗ ଆକାଉଣ୍ଟ୍କୁ ଟଙ୍କା ପଠାଇଥିଲେ। କିନ୍ତୁ ଏହାପରେ ସେ ଯେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଚେକ୍ କରିଥିଲେ ସେ ଚମକି ପଡ଼ିଥିଲେ। କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ୭୫୩ କୋଟି ଟଙ୍କା ଆସିଥିଲା। ସାଙ୍ଗ ପାଖକୁ ଟଙ୍କା ପଠାଇବା ପୂର୍ବରୁ ତାଙ୍କ ଆକାଉଣ୍ଟ୍ରେ ମାତ୍ର ୩ ହଜାର ଟଙ୍କା ଥିଲା। କିନ୍ତୁ ହଠାତ ତାଙ୍କ ଆକାଉଣ୍ଟ୍ରେ ୭୫୩ କୋଟି କୋଉଠୁ ଆସିଲା ତାହା ଦେଖି ସେ ବିସ୍ମିତ ହୋଇ ଯାଇଥିଲେ। ତେବେ ଇଦ୍ରିସ ସଙ୍ଗେସଙ୍ଗେ ଏଭଳି ତ୍ରୁଟି ନେଇ ବ୍ୟାଙ୍କ୍ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ୍ ପକ୍ଷରୁ ତୁରନ୍ତ ତାଙ୍କ ଆକାଉଣ୍ଟ୍ ଅଚଳ କରିଦିଆଯାଇଛି।। ଇଦ୍ରିସ ମଧ୍ୟ ଏହି ମାମଲାରେ ସ୍ଥାନୀୟ ପୁଲିସର ସହାୟତା ନେଇଛନ୍ତି। ଅନ୍ୟପକ୍ଷେ କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ର ମୁଖପାତ୍ର କହିଛନ୍ତି, ଏହା ଏସଏମଏସ ମେସେଜ୍ ତ୍ରୁଟି। ଆକାଉଣ୍ଟ୍କୁ ଟଙ୍କା ଯାଇନାହିଁ।




