ସାଉଦି ରାଜା ଅସୁସ୍ଥ, ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାଉଦି ଆରବର ରାଜା ଅସୁସ୍ଥ ହୋଇପଡ଼ିଛନ୍ତି। ରାଜା ସଲମାନ ବିନ୍ ଅବଦୁଲାଜିଜ୍ ଅଲ୍ ସାଉଦଙ୍କ ଅସୁସ୍ଥତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, କିଙ୍ଗ୍ ସଲମାନଙ୍କ ସ୍ବାସ୍ଥ୍ୟକୁ ନେଇ ମୁଁ ଗଭୀର ଭାବେ ଚିନ୍ତିତ। ମୁଁ ସାଉଦି ରାଜାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛି। ସାଉଦି ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ୮୮ ବର୍ଷୀୟ ସାଉଦି […]
ନୂଆଦିଲ୍ଲୀ: ସାଉଦି ଆରବର ରାଜା ଅସୁସ୍ଥ ହୋଇପଡ଼ିଛନ୍ତି। ରାଜା ସଲମାନ ବିନ୍ ଅବଦୁଲାଜିଜ୍ ଅଲ୍ ସାଉଦଙ୍କ ଅସୁସ୍ଥତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, କିଙ୍ଗ୍ ସଲମାନଙ୍କ ସ୍ବାସ୍ଥ୍ୟକୁ ନେଇ ମୁଁ ଗଭୀର ଭାବେ ଚିନ୍ତିତ। ମୁଁ ସାଉଦି ରାଜାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛି। ସାଉଦି ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ୮୮ ବର୍ଷୀୟ ସାଉଦି ରାଜାଙ୍କର ଫୁସଫୁସ୍ ସଂକ୍ରମଣ ହୋଇଛି। ସେ ଜେଦାହର ସଲମ୍ ପ୍ୟାଲେସ୍ରେ ଚିକିତ୍ସିତ ହେଉଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗଣ୍ଠି ଯନ୍ତ୍ରଣା ଏବଂ ଶରୀରରେ ଉଚ୍ଚ ତାପମାତ୍ରା ପାଇଁ ସାଉଦି କିଙ୍ଗଙ୍କୁ ଗତ ରବିବାର ଦିନ ରୟାଲ କ୍ଲିନିକ୍ରେ ଭର୍ତ୍ତି କରାଯାଇଥିଲା।




