ସାଉଦି ଏୟାରଲାଇନ୍ସ ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପେଶାୱର: ସାଉଦି ଏୟାରଲାଇନ୍ସର ଏକ ବିମାନ ଚକରୁ ନିଆଁ ବାହାରିବାରୁ ପେଶାୱରରେ ଜରୁରୀ ଅବତରଣ କରିଛି। ଲ୍ୟାଣ୍ଡିଂ ଗିଅରରେ କୌଣସି ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ୨୭୬ ଯାତ୍ରୀ ଓ ୨୧ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବିମାନଟି ରିୟାଦରୁ ପେଶାୱର ଅଭିମୁଖେ ଯାଉଥିଲା। ସାଉଦି ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ପାକିସ୍ତାନର ପେଶାୱାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନର ଗୋଟିଏ ଟାୟାରରୁ ଧୂଆଁ ବାହାରୁଥିବା […]

Samaya Live Picture
Published On

ପେଶାୱର: ସାଉଦି ଏୟାରଲାଇନ୍ସର ଏକ ବିମାନ ଚକରୁ ନିଆଁ ବାହାରିବାରୁ ପେଶାୱରରେ ଜରୁରୀ ଅବତରଣ କରିଛି। ଲ୍ୟାଣ୍ଡିଂ ଗିଅରରେ କୌଣସି ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ୨୭୬ ଯାତ୍ରୀ ଓ ୨୧ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବିମାନଟି ରିୟାଦରୁ ପେଶାୱର ଅଭିମୁଖେ ଯାଉଥିଲା। ସାଉଦି ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ପାକିସ୍ତାନର ପେଶାୱାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନର ଗୋଟିଏ ଟାୟାରରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା ଏବଂ ବିମାନ ରୋକିବାକୁ ତୁରନ୍ତ ପଦକ୍ଷେପ ସଫଳ ହୋଇଥିଲା। ଏହି ଏସ୍‌ଭି-୭୯୨ ବିମାନର ବୈଷୟିକ ଯାଞ୍ଚ ଚାଲିଛି।

Tags: