ସାଇବର ଠକେଇର ଶିକାର ହୋଇ ୨.୨୪ କୋଟି ହରାଇଦେଲେ ସଫ୍ଟୱେୟାର ଇଞ୍ଜିନିୟର

ନୂଆଦିଲ୍ଲୀ : ୫୨ ବର୍ଷୀୟ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସାଇବର ଠକାମିର ଶିକାର ହୋଇଛନ୍ତି। ଦିଲ୍ଲୀ କଷ୍ଟମ୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ଭାବେ ସାଇବର ଠକମାନେ ସଫ୍ଟୱେୟାର ଇଞ୍ଜିନିୟରଙ୍କଠାରୁ ୨.୨୪ କୋଟି ଟଙ୍କା ଠକି ନେଇଛନ୍ତି। ନିକଟରେ ବେଙ୍ଗାଲୁରୁର ଜଣେ ୨୯ ବର୍ଷୀୟା ମହିଳା ଓକିଲ ମଧ୍ୟ ୧୪.୫୭ ଲକ୍ଷ ଟଙ୍କା ହରାଇ ଦେଇଥିଲେ। ଠକମାନେ ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୭ ମଧ୍ୟରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଫୋନ୍ କରି କହିଥିଲେ ସେମାନେ କଷ୍ଟମ୍ସ ବିଭାଗର […]

Samaya Live Picture
Published On

ନୂଆଦିଲ୍ଲୀ : ୫୨ ବର୍ଷୀୟ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସାଇବର ଠକାମିର ଶିକାର ହୋଇଛନ୍ତି। ଦିଲ୍ଲୀ କଷ୍ଟମ୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ଭାବେ ସାଇବର ଠକମାନେ ସଫ୍ଟୱେୟାର ଇଞ୍ଜିନିୟରଙ୍କଠାରୁ ୨.୨୪ କୋଟି ଟଙ୍କା ଠକି ନେଇଛନ୍ତି। ନିକଟରେ ବେଙ୍ଗାଲୁରୁର ଜଣେ ୨୯ ବର୍ଷୀୟା ମହିଳା ଓକିଲ ମଧ୍ୟ ୧୪.୫୭ ଲକ୍ଷ ଟଙ୍କା ହରାଇ ଦେଇଥିଲେ। ଠକମାନେ ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୭ ମଧ୍ୟରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଫୋନ୍ କରି କହିଥିଲେ ସେମାନେ କଷ୍ଟମ୍ସ ବିଭାଗର ଏବଂ ତାଙ୍କ ନାଁରେ ଦିଲ୍ଲୀରୁ ମାଲେସିୟାକୁ ଯାଉଥିବା ଏକ ଏୟାର ପାର୍ସେଲ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇଛି। କାରଣ ଏଥିରେ ୧୬ଟି ପାସପୋର୍ଟ, ୫୮ ଏଟିଏମ କାର୍ଡ, ୧୪୦ ଗ୍ରାମ୍ ଏକଷ୍ଟାସି ଡ୍ରଗ୍ ଟାବଲେଟ୍ ଅଛି। ଏହାପରେ କଲକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟ୍ରାନ୍ସଫର କରାଯାଇଥିଲା ଯେଉଁଠାରେ ତାଙ୍କୁଚ ଅଫିସରମାନେ ସ୍କାଇପି ଡାଉନଲୋଡ୍ କରି ଅନଲାଇନ ଆସିବାକୁ କହିଥିଲେ। ଠକମାନେ ତାଙ୍କୁ କହିଥିଲେ ଯଦି ସେ ଏହି ମାମଲାରୁ ବର୍ତ୍ତିବାକୁ ଚାହୁଛନ୍ତି ତେବେ ସେ ଟଙ୍କା ଟ୍ରାନ୍ସଫର କରନ୍ତୁ।

Tags: