ସାଂସଦ ନିଲମ୍ବନ ଏବଂ ଲୋକସଭା ସୁରକ୍ଷା ଭଙ୍ଗ ମଧ୍ୟରେ କିଛି ସମ୍ପୃକ୍ତି ନାହିଁ : ବାଚସ୍ପତି

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶନିବାର ସମସ୍ତ ସାଂସଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଓମ୍ ବିର୍ଲା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସଂସଦର କିଛି ସଦସ୍ୟ ଗୃହର କିଛି ସଦସ୍ୟ ନିଲମ୍ବନ ହେବା ନିଷ୍ପତ୍ତିକୁ ଡିସେମ୍ବର ୧୩ ତାରିଖରେ ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗ ସହ ଯୋଡ଼ୁଛନ୍ତି। ଓମ୍ ବିର୍ଲା କହିଛନ୍ତି, ଗୃହରୁ ସଦସ୍ୟଙ୍କୁ ନିଲମ୍ବନ କରିବା ସମ୍ପୂର୍ଣ୍ଣ ଭାବେ ଗୃହର ପବିତ୍ରତା ବଜାୟ ରଖିବାପାଇଁ କରାଯାଇଛି […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶନିବାର ସମସ୍ତ ସାଂସଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଓମ୍ ବିର୍ଲା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସଂସଦର କିଛି ସଦସ୍ୟ ଗୃହର କିଛି ସଦସ୍ୟ ନିଲମ୍ବନ ହେବା ନିଷ୍ପତ୍ତିକୁ ଡିସେମ୍ବର ୧୩ ତାରିଖରେ ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗ ସହ ଯୋଡ଼ୁଛନ୍ତି। ଓମ୍ ବିର୍ଲା କହିଛନ୍ତି, ଗୃହରୁ ସଦସ୍ୟଙ୍କୁ ନିଲମ୍ବନ କରିବା ସମ୍ପୂର୍ଣ୍ଣ ଭାବେ ଗୃହର ପବିତ୍ରତା ବଜାୟ ରଖିବାପାଇଁ କରାଯାଇଛି ବୋଲି ବିର୍ଲା କହିଛନ୍ତି। କଂଗ୍ରେସର ୯ ସାଂସଦଙ୍କ ସମେତ ୧୩ ଜଣ ବିରୋଧୀ ସାଂସଦ ଗୁରୁବାର ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ବିର୍ଲା କହିଛନ୍ତି, ନୂଆ ସଂସଦ ଭବନ ଉଦ୍ଘାଟନ ସମୟରେ ଆମେ ସଂକଳ୍ପ ନେଇଥିଲୁ ଯେ ଆମେ ଗୃହକୁ ପ୍ଲାକାର୍ଡ ଆଣିବୁନି ଏବଂ ଗୃହର ମଧ୍ୟଭାଗରେ ହୋହଲ୍ଲା ଏବଂ ହଟ୍ଟଗୋଳ କରିବୁନି। କେଉଁ କାରଣ ପାଇଁ ସାଂସଦମାନଙ୍କୁ ନିଲମ୍ବନ କରାଯାଇଛି ସେନେଇ ବାଚସ୍ପତି ଅବଗତ କରିଛନ୍ତି। ଲୋକସଭା ବାଚସ୍ପତି ମଧ୍ୟ ସଂସଦ ସୁରକ୍ଷା ଭଙ୍ଗ ପରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେସଂକ୍ରାନ୍ତରେ ସମସ୍ତ ସାଂସଦଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଛି ଏବଂ ଏହି କମିଟି ଏହାର କାମ ଆରମ୍ଭ କରି ସାରିଛି ବୋଲି ବିର୍ଲା କହିଛନ୍ତି। କମିଟିର ରିପୋର୍ଟ ଖୁବ୍ଶୀଘ୍ର ଗୃହରେ ଦିଆଯିବ ବୋଲି ସେ କହିଛନ୍ତି।

Tags: