ସାଂଘାତିକ ବାୟୁରେ ଦିଲ୍ଲୀ ଅଣନିଶ୍ବାସୀ , ଉଚ୍ଚ ସ୍ତରୀୟ ବୈଠକ ଡାକିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ଲଗାତାର ୪ ଦିନ ଧରି ଅତି ସାଂଘାତିକ ସ୍ତରରେ ରହିଛି । ସମଗ୍ର ଦିଲ୍ଲୀ ମୋଟା ଧୂଆଁ ଓ ଧୂଳିରେ ଆଚ୍ଛାଦିତ ହୋଇଛି। । ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ସମଗ୍ର ଦିଲ୍ଲୀରେ ଆଜି ସକାଳେ ଏକ୍ୟୁଆଇ ( ବାୟୁର ମାନ ସୂଚକାଙ୍କ) ୪୩୭ ରହିଛି। ଦିଲ୍ଳୀରେ ପ୍ରଦୂଷଣ ସଙ୍କଟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଆଜି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ଲଗାତାର ୪ ଦିନ ଧରି ଅତି ସାଂଘାତିକ ସ୍ତରରେ ରହିଛି । ସମଗ୍ର ଦିଲ୍ଲୀ ମୋଟା ଧୂଆଁ ଓ ଧୂଳିରେ ଆଚ୍ଛାଦିତ ହୋଇଛି। । ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ସମଗ୍ର ଦିଲ୍ଲୀରେ ଆଜି ସକାଳେ ଏକ୍ୟୁଆଇ ( ବାୟୁର ମାନ ସୂଚକାଙ୍କ) ୪୩୭ ରହିଛି। ଦିଲ୍ଳୀରେ ପ୍ରଦୂଷଣ ସଙ୍କଟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୧୨ଟାରେ ବୈଠକ ଅଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ପରିବହନ, ଏମ୍ସିଡି, ଦିଲ୍ଲୀ ପୁଲିସ ଏବଂ ଦିଲ୍ଲୀ ଟ୍ରାଫିକ ପୁଲିସର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବେ। ଦିଲ୍ଲୀରେ ଏକ୍ୟୁଆଇ ୪୫୦ ଅତିକ୍ରମ କରିବାର ୩ ଦିନ ପୂର୍ବରୁ ପ୍ରଦୂଷଣ ନିରୋଧ ଯୋଜନାର ଚୂଡ଼ାନ୍ତ ପର୍ଯ୍ୟାୟ ସକ୍ରିୟ ହୋଇଛି। ସକାଳ ୯ଟାରେ ବାୱନାରେ ଏକ୍ୟୁଆଇ ୪୭୮ ଥିବାବେଳେ ଦ୍ବାରକା ସେକ୍ଟର ୮ରେ ୪୫୯, ଜାହାଙ୍ଗିରପୁରୀରେ ୪୭୫, ମୁଣ୍ଡକାରେ ୪୬୬, ନରେଲାରେ ୪୬୦, ନ୍ୟୁ ମୋତି ବାଗ୍ରେ ୪୪୪, ଓଖ୍ଲା ଫେଜ୍-୨ରେ ୪୪୬, ପାଂଜାବୀ ବାଗ୍ରେ ୪୬୯, ଆର୍କେ ପୁରମରେ ୪୬୨ , ରୋହିଣୀରେ ୪୭୮, ସିରି ଫୋର୍ଟରେ ୪୩୦, ୱାଜିରପୁରରେ ୪୮୨। ନଏଡ଼ା ଏବଂ ଗୁରୁଗ୍ରାମରେ ମଧ୍ୟ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ରହିଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନାବଶ୍ୟକ ଟ୍ରକ୍ ଯାତାୟତ ଉପରେ କଟକଣା ଲାଗିଛି। ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲାଗିଛି। ଉଭୟ ସରକାରୀ ଏବଂ ଘରୋଇ ଅଫିସ୍ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ଘୋଷଣା କରାଯାଇଛି। ନଏଡ଼ା ଏବଂ ଗୁରୁଗ୍ରାମରେ ମଧ୍ୟ ବାୟୁର ମାନ ଅତି ସାଂଘାତିକ ସ୍ତରରେ ରହିଛି। ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀରେ ଏୟାର ପ୍ୟୁରିଫାୟର କିଣିବା ବୃଦ୍ଧି ପାଇଛି। ପ୍ରଦୂଷଣ ବଢ଼ୁଥିବାରୁ ଲୋକମାନେ ଘରେ ମଧ୍ୟ ମାସ୍କ ପିନ୍ଧିବାପାଇଁ ଏବଂ ସେମାନଙ୍କ ଘରେ ଏୟାର ପ୍ୟୁରିଫାୟର ରଖିବାପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Tags: