ସା˚ସଦ ସ˚ଜୟ ରାଉତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୧/୪ : ଶିବସେନା (ୟୁବିଟି) ସା˚ସଦ ସ˚ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ରାଉତଙ୍କୁ ଏକେ-୪୭ରେ ମାରିବାକୁ ଧମକ ଦିଆଯାଇଛି। ରାଉତ ଏନେଇ ପୁଲିସରେ ଅଭିଯୋଗ କରିବାପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ରାଉତଙ୍କ ପାଖକୁ ଆସିଥିବା ଧମକପୂର୍ଣ୍ଣ ମେସେଜ୍‌ରେ କୁହାଯାଇଛି ଯେ, ଯଦି ଦିଲ୍ଲୀରେ ଭେଟିବ ତେବେ ତୁମ ଅବସ୍ଥା ବି ସିଦ୍ଧୁ ମୁସେଵାଲା ଭଳି ହେବ। ଏକେ-୪୭ରେ ଗୁଳି କରି ମାରିବୁ। ରାଉତଙ୍କ ପାଖକୁ ଯେଉଁ […]

Samaya Live Picture
Published On

ନୂଆଦିଲ୍ଲୀ, ୧/୪ : ଶିବସେନା (ୟୁବିଟି) ସା˚ସଦ ସ˚ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ରାଉତଙ୍କୁ ଏକେ-୪୭ରେ ମାରିବାକୁ ଧମକ ଦିଆଯାଇଛି। ରାଉତ ଏନେଇ ପୁଲିସରେ ଅଭିଯୋଗ କରିବାପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ରାଉତଙ୍କ ପାଖକୁ ଆସିଥିବା ଧମକପୂର୍ଣ୍ଣ ମେସେଜ୍‌ରେ କୁହାଯାଇଛି ଯେ, ଯଦି ଦିଲ୍ଲୀରେ ଭେଟିବ ତେବେ ତୁମ ଅବସ୍ଥା ବି ସିଦ୍ଧୁ ମୁସେଵାଲା ଭଳି ହେବ। ଏକେ-୪୭ରେ ଗୁଳି କରି ମାରିବୁ। ରାଉତଙ୍କ ପାଖକୁ ଯେଉଁ ନମ୍ବରରୁ ମେସେଜ ଆସିଛି ପୁଲିସ ତାକୁ ଟ୍ରେସ୍‌ କରିବାକୁ ଚେଷ୍ଟା ଜାରି ରଖିଛି। ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ଏହି ମାମଲାରେ ରାଜସ୍ଥାନ ଯୋଧପୁର ଜିଲ୍ଲାର ଜଣେ ବାସିନ୍ଦା ଗିରଫ ହୋଇଥିଲା।

Tags: