ସହିଦ ଡିଏସ୍‌ପିଙ୍କୁ ବିଦାୟ ଦେଲେ ପତ୍ନୀ ଏବଂ ୨ ମାସର ଝିଅ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସହିଦ ‌ହୋଇଯାଇଥିବା ଡିଏସ୍‌ପି ହ୍ୟୁମାୟୁନ ଭଟଙ୍କୁ ଆଜି ଶେଷ ବିଦାୟ ଦିଆଯାଇଛି। ଭଟ ଗତ ୩ ବର୍ଷ ହେବ ଜମ୍ମୁ କାଶ୍ମୀର ପୁଲିସରେ ଜଣେ ଡିଏସ୍‌ପି ଥିଲେ। ଗତବର୍ଷ ସେ ବିବାହ କରିଥିଲେ। ତାଙ୍କର ୨ ମାସର ଝିଅଟିଏ ଅଛି। ଆଜି ଏହି ସହିଦ ଯବାନଙ୍କୁ ଶେଷ ସମ୍ମାନ ଜ୍ଞାପନ କରିବାପାଇଁ ତାଙ୍କ ବଡ଼ଗାମ ସ୍ଥିତ ଗ୍ରାମରେ ଶତାଧିକ ଲୋକଙ୍କର ସମାଗମ ହୋଇଥିଲା। ଜାତୀୟ ପତାକାରେ ସହିଦ […]

Samaya Live Picture
Published On

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସହିଦ ‌ହୋଇଯାଇଥିବା ଡିଏସ୍‌ପି ହ୍ୟୁମାୟୁନ ଭଟଙ୍କୁ ଆଜି ଶେଷ ବିଦାୟ ଦିଆଯାଇଛି। ଭଟ ଗତ ୩ ବର୍ଷ ହେବ ଜମ୍ମୁ କାଶ୍ମୀର ପୁଲିସରେ ଜଣେ ଡିଏସ୍‌ପି ଥିଲେ। ଗତବର୍ଷ ସେ ବିବାହ କରିଥିଲେ। ତାଙ୍କର ୨ ମାସର ଝିଅଟିଏ ଅଛି। ଆଜି ଏହି ସହିଦ ଯବାନଙ୍କୁ ଶେଷ ସମ୍ମାନ ଜ୍ଞାପନ କରିବାପାଇଁ ତାଙ୍କ ବଡ଼ଗାମ ସ୍ଥିତ ଗ୍ରାମରେ ଶତାଧିକ ଲୋକଙ୍କର ସମାଗମ ହୋଇଥିଲା। ଜାତୀୟ ପତାକାରେ ସହିଦ ଯବାନଙ୍କ ମର ଶରୀର ଗୁଡ଼ାଯାଇ ଗାଁରେ ପହଞ୍ଚିଥିଲା। ଶେଷ ବିଦାୟ ଦେଇଥିବା ଲୋକଙ୍କ ମଧ୍ୟରେ ସହିଦ ଯବାନଙ୍କ ପତ୍ନୀ ଏବଂ ତାଙ୍କ ୨ ମାସର ଝିଅ ବି ଥିଲେ। ୨ ମାସର ଝିଅକୁ କୋଳ‌ରେ ଧରି ସହିଦ ଡିଏସ୍‌ପିଙ୍କ ପତ୍ନୀ ତାଙ୍କୁ ଶେଷ ବିଦାୟ ଦେଇଥିଲେ। ଭଟଙ୍କ ବାପା ଜମ୍ମୁ କାଶ୍ମୀରର ଅବସରପ୍ରାପ୍ତ ପୁଲିସ ଆଇଜି। ତାଙ୍କ ନାଁ ଗୁଲାମ ହାସନ ଭଟ। ବାପା ମଧ୍ୟ ସହିଦ ଡିଏସ୍‌ପିଙ୍କ ମର ଶରୀର ଉପରେ ଫୁଲ ପକାଇ ତାଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଜଣେ ମେଜର ଏବଂ ଜଣେ କର୍ନେଲ ଏବଂ ଡିଏସ୍‌ପି ସହିଦ ହୋଇଥିଲେ।

Tags: