ସଶସ୍ତ୍ର ବଳ ଓ ସିଆର୍ପିଏଫ୍ ଯବାନଙ୍କୁ ୭୬ ସାହସିକତା ପୁରସ୍କାର
ନୂଆଦିଲ୍ଲୀ: ୭୭ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବଳ ଓ ସିଆର୍ପିଏଫ୍ ଯବାନଙ୍କ ପାଇଁ ୭୬ଟି ସାହସିକତା ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ମରଣୋତ୍ତର ଭାବେ ୪ଟି କୀର୍ତ୍ତିଚକ୍ର ପୁରସ୍କାର, ୧୧ଟି ଶୌର୍ଯ୍ୟଚକ୍ର ପୁରସ୍କାର (୫ଟି ମରଣୋତ୍ତର ସମେତ), ୨ଟି ବାର୍ ଟୁ ସେନା ମେଡାଲ (ସାହସିକତା), ୫୨ଟି ସେନା ମେଡାଲ (ସାହସିକତା), ୩ଟି ନୌସେନା ମେଡାଲ (ସାହସିକତା) ଓ ୪ଟି ବାୟୁସେନା ମେଡାଲ (ସାହସିକତା) ରହିଛି। ରାଷ୍ଟ୍ରପତି […]
ନୂଆଦିଲ୍ଲୀ: ୭୭ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବଳ ଓ ସିଆର୍ପିଏଫ୍ ଯବାନଙ୍କ ପାଇଁ ୭୬ଟି ସାହସିକତା ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ମରଣୋତ୍ତର ଭାବେ ୪ଟି କୀର୍ତ୍ତିଚକ୍ର ପୁରସ୍କାର, ୧୧ଟି ଶୌର୍ଯ୍ୟଚକ୍ର ପୁରସ୍କାର (୫ଟି ମରଣୋତ୍ତର ସମେତ), ୨ଟି ବାର୍ ଟୁ ସେନା ମେଡାଲ (ସାହସିକତା), ୫୨ଟି ସେନା ମେଡାଲ (ସାହସିକତା), ୩ଟି ନୌସେନା ମେଡାଲ (ସାହସିକତା) ଓ ୪ଟି ବାୟୁସେନା ମେଡାଲ (ସାହସିକତା) ରହିଛି। ରାଷ୍ଟ୍ରପତି ମଧ୍ୟ ୩୦ଟି ମେନସନ-ଇନ୍-ଡେସ୍ପାଚେସ୍କୁ ଅନୁମୋଦନ କରିଛନ୍ତି। ତା’ ଭିତରେ ମରଣୋତ୍ତର ଭାବେ ଏକ ସେନା କୁକୁର ମଧୁ ଏବଂ ବିଭିନ୍ନ ସାମରିକ ଅପରେସନ କ୍ଷେତ୍ରରେ ଅବଦାନ ରଖିଥିବା ଜଣେ ବାୟୁସେନା କର୍ମଚାରୀଙ୍କ ନାମ ବି ରହିଛି। ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ପୁରସ୍କାର ପାଇଁ ସ୍ବର୍ଗତ ଦିଲୀପ କୁମାର ଦାସ, ରାଜକୁମାର ଯାଦବ, ବବଲୁ ରାଭା ଓ ଶମ୍ଭୁ ରାୟଙ୍କ ନାମ ମନୋନୀତ ହୋଇଛି। ଶୌର୍ଯ୍ୟଚକ୍ର ପାଇଁ ରାଜପୁତ ରେଜିମେଣ୍ଟର ମେଜର ବିଜୟ ବର୍ମା, ସେନା ମେଡାଲର ମେଜର ବିକାଶ ଭାମ୍ଭୁ, ୨୫୨ ଆର୍ମି ଏଭିଏସନ ସ୍କ୍ବାଡ୍ରନର ମେଜର ମୁସ୍ତାଫା ବୋହରା, ଗ୍ରେନେଡିୟରରୁ ମେଜର ସଚିନ ନେଗୀ, ଡୋଗ୍ରା ରେଜିମେଣ୍ଟରୁ ମେଜର ରାଜେନ୍ଦ୍ର ପ୍ରସାଦ, ଆର୍ମୋର୍ଡ କର୍ପସରୁ ମେଜର ରବୀନ୍ଦର ସିଂହ ରାୱତ, ରାଜପୁତାନା ରାଇଫଲ୍ସରୁ ହବ ବିବେକ ସିଂହ ତୋମର ଓ ନାଏକ ଭୀମ ସିଂହ, ଜମ୍ମୁ-କାଶ୍ମୀର ରାଇଫଲ୍ସରୁ ରାଇଫଲ୍ମ୍ୟାନ କୁଲଭୂଷଣ ମନ୍ତା, ଜମ୍ମୁ-କାଶ୍ମୀର ପୁଲିସର ସ୍ବର୍ଗତ ସୈଫୁଲ୍ଲା କାଦ୍ରି ଏବଂ ୬୧ ସିଆର୍ପିଏଫ୍ରୁ କନେଷ୍ଟବଳ ଗାମିତ ମୁକେଶ କୁମାର ମନୋନୀତ ହୋଇଛନ୍ତି।




